Home Coronavirus Outbreak ୬୦ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ – ରାଜ୍ୟ ସରକାରଙ୍କ...

୬୦ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ – ରାଜ୍ୟ ସରକାରଙ୍କ ନିଷ୍ପତିକୁ ସଠିକ୍ ଭାବରେ ପାଳନ କରିବା ପାଇଁ ତିନି ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

1170

ଭୁବନେଶ୍ବର, ଏପ୍ରିଲ ୨୩ (ଓଡ଼ିଆ ପୁଅ) – କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତିନୋଟି ଜିଲ୍ଲା ବାଲେଶ୍ବର, ଭଦ୍ରକ ଓ ଯାଜପୁରକୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରିବାକୁ ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତିକୁ ସଠିକ୍ ଭାବରେ ପାଳନ କରିବା ପାଇଁ ଏହି ତିନି ଜିଲ୍ଲାର ଲୋକମାନଙ୍କୁ ଟ୍ୱିଟ୍ ଯୋଗେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ସମୟରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ସହଯୋଗ କରିବା ସହ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ।

କରୋନାରୁ ରକ୍ଷା ପାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ପଛା ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.