Home କେନ୍ଦୁଝର ୬୦ବର୍ଷରେ ପହଞ୍ଚିଲା ମୁଗୁପୁର ଦୁର୍ଗାପୂଜା

୬୦ବର୍ଷରେ ପହଞ୍ଚିଲା ମୁଗୁପୁର ଦୁର୍ଗାପୂଜା

92

ହାଟଡ଼ିହି, ୨୩ । ୧୦ : ହାଟଡିହି ବ୍ଲକ ମୁଗୁପୁରରେ ଚାଲିଥିବା ଦୁର୍ଗାପୂଜା ୬୦ବର୍ଷରେ ପହଞ୍ଚିଛି । ୧୯୬୧ ମସିହାରୁ ଏ ଗ୍ରାମରେ ଦୁର୍ଗାପୂଜା ହୋଇ ଆସୁଛି । ଏଥିପାଇଁ ପୁରା ଗ୍ରାମରେ ପୂଜାର ମାହୋଲ ସୃଷ୍ଟି ହୋଇଛି । ଗତକାଲି ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ମାଙ୍କ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ସମସ୍ତ ରୀତିନୀତି ମତେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ଏଥିପାଇଁ ମା ଙ୍କ ପୀଠରେ ଗତକାଲି ବିଲ୍ୱାଧିବାସ, କରାଯିବାପରେ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ମାଙ୍କ ନିକଟରେ କଳଶ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଆଜିି ସପ୍ତମୀ ପୂଜା କରାଯିବା ସହିତ ଆସନ୍ତା କାଲି ମହାଷ୍ଟମୀ, ଚଣ୍ଡୀପାଠ, ବଳିଛେଦ, ଆଦି କରା ଯିବାର କାର୍ଯ୍ୟକ୍ରମ ଅଛି । ପୁର୍ବରୁ ପ୍ରତିଦିନ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଚଳିତବର୍ଷ କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ ଏହି ପୂଜା କରାଯାଉଛି । ବିଶେଷକରି ଏଠାରେ ଦଶରା ବଳଦ ଓ ରାବଣ ପୋଡି ବେଶ ପ୍ରସିଦ୍ଧି ଥିବାବେଳେ ଚଳିତ ବର୍ଷ ଏହାକୁ ବନ୍ଦ କରାଯାଇଛି । କର୍ତ୍ତା ଭାବେ କେଶବ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ସାହୁ, ଅଜୟ ସାହୁ, ନିରଞ୍ଜନ ବେହେରା, ମାଧବାନନ୍ଦ ସାହୁ, ଚିନ୍ତାମଣୀ ପାତ୍ର, ମଧୁସୁଦନ ସାହୁ ପୂଜାକାର୍ଯ୍ୟ ସମ୍ପାଦାନ କରୁଥିବାବେଳେ ପଣ୍ଡିତ ମାନସ ତ୍ରିପାଠୀ ବେଦମନ୍ତ୍ରରେ ପୂଜାର୍ଚ୍ଚନା କରୁଛନ୍ତି । ସମସ୍ତ ଗ୍ରାମବାସୀମାନେ ଏହି ପୂଜାରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.