Home କେନ୍ଦୁଝର ମରୈଗାଁରେ ଦୁର୍ଗାପୂଜା

ମରୈଗାଁରେ ଦୁର୍ଗାପୂଜା

211

ହାଟଡ଼ିହି, ୨୩ /୧୦ ହାଟଡିହି ବ୍ଲକ ମରୈଗାଁରେ ପ୍ରଥମଥର ପାଇଁ ଚଳିତବର୍ଷ ଦୁର୍ଗାପୂଜା ଆରମ୍ଭ କରାଯାଇଛି । ଏଥିପାଇଁ ଗ୍ରାମରେ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦିପନା ଦେଖା ଦେଇଛି । ଗତକାଲି ବିଲ୍ୱପୂଜା କରାଯିବା ସହିତ ଆଜି ଘଟ୍ଟୋତ୍ତଳନ କରାଯାଇ ମା’ଙ୍କ ପୀଠାରେ କଳଶ ସ୍ଥାପନ କରାଯିବା ପରେ ପଣ୍ଡିତ ପତିତ ପାବନ ନନ୍ଦ, ପ୍ରଶାନ୍ତ ପଣ୍ଡା ଓ ବିଜୟ ପାଢ଼ୀଙ୍କ ଦ୍ୱାରା ସମସ୍ତ ରୀତି ନୀତି ମତେ ପୂଜାର୍ଚ୍ଚନା କରାଯାଉଛି । ଆଜି ମହାସପ୍ତମୀ ପୂଜା କରାଯାଇଥିବାବେଳେ ଆସନ୍ତାକାଲି ମହାଷ୍ଟମୀ ପୂଜା କରାଯିବ । ଧୁଶାସନ ସାହୁ, ଶ୍ରୀକାନ୍ତ ଦାଶ, ଲକ୍ଷ୍ମୀକାନ୍ତ ଦାଶ, କୃଷ୍ଣଚନ୍ଦ୍ର ଦାଶ, ପର୍ଶୁରାମ ଦାଶ, ବଳରାମ ଦାଶ, ଗୁରିଆ ସାହୁ, ବୁଦ୍ଧଦେବ ସାହୁ ପ୍ରମୁଖ କର୍ତ୍ତା ଭାବେ ପୂଜାର୍ଚ୍ଚନାରେ ସାମିଲ ହୋଇଥିବାବେଳେ ନିର୍ମଳ ମଲ୍ଲିକ, ପ୍ରଭଞ୍ଜନ ଦାଶ, ପ୍ରତାପ ଦାଶ, ନିର୍ମଳ ବାରିକ, କିର୍ତ୍ତନ ଭୋଳ, ବଳରାମ ଦାଶ, ବାବୁଲି ଦାଶ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.