Home ଜିଲ୍ଲା ପରିକ୍ରମା ୫ ଶହ ବର୍ଷର ଚୈତନ୍ୟଦେବଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ

୫ ଶହ ବର୍ଷର ଚୈତନ୍ୟଦେବଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ

11
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତ ଜୟନ୍ତରା ସ୍ଥିତ ଗୌରାଙ୍ଗପୁର ମଠରେ ଚୈତନ୍ୟ ଦେବଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ ହୋଇଛି। କୋରକଦା ଗ୍ରାମ କନେକେଇ ଏସକେପ ନିକଟରେ ଥିବା ଦିଗାମ୍ବର ସାମଲଙ୍କ ବାଡିର ପ୍ରାଏ ୨୦୦ ବର୍ଷର ଏକ ନିମ୍ବ ଗଛକୁ ବଛାଯାଇ ଛେଦନ ଲାଗି ପ୍ରସ୍ତୁତି ହୋଇଛି। ଯାହାକୁ ନେଇ ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗୌରାଙ୍ଗପୁର ମଠରେ ଚୈତନ୍ୟ ଦେବଙ୍କ ମୂର୍ତି ୫୦୦ ବର୍ଷ ପୂର୍ବେ ନିର୍ମାଣ ହୋଇ ପୂଜାର୍ଚ୍ଚନାକରାଯାଉଥିଲା। ଦୀର୍ଘ ବର୍ଷ ହେବାରୁ ମୂର୍ତି ଏବେ ନଷ୍ଟ ହେବାକୁ ବସିଛି। ଏଥିଲାଗି ମଠ ପକ୍ଷରୁ ଦାରୁ ଚିହ୍ନଟ ଲାଗି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୁଖ୍ୟ ପୁରୋଧା ବରଦା ପ୍ରସାଦ ମହାପାତ୍ରଙ୍କ ସ୍ୱପ୍ନାଦେଶ ପରେ ଏହି ଦାରୁ ଚିହ୍ନଟ କରାଯାଇଥିଲା। ଏନେଇ ମଙ୍ଗଳବାର ସକାଳେ ଗୌରାଙ୍ଗ ମହାପ୍ରଭୁଙ୍କ ପାଖରେ ପୂଜା ସାରିବା ପରେ ଆଜ୍ଞାମାଳ ନେଇ ଗଛ ମୂଳେ ଆବାହନ କରାଯାଇଥିଲା। ପରେ ଭୂମି ପୁଜା, ସୂର୍ଯ୍ୟ, ନବଗ୍ରହ, ଦାରୁ ପୂଜନ ପରେ ଯଜ୍ଞ ସହିତ ମହାମନ୍ତ୍ର ଓ ନାମ ସଙ୍କୀର୍ତନ କରାଯାଇଥିଲା । ମାର୍ଚ୍ଚ ମାସରେ ଚୈତନ୍ୟ ଦେବଙ୍କ ଜନ୍ମଦିବସ ରେ ଏହି ନୂତନ ବିଗ୍ରହ ପ୍ରତିଷ୍ଠା। ଏହି ଧର୍ମୀୟ କାର୍ଯ୍ୟକ୍ରମ କୁ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥିଲେ। ଇତିହାସ କୁହେ ଚୈତନ୍ୟ ଦେବ ପୁରୀକୁ ଯିବା ସମୟରେ ଗୌରାଙ୍ଗପୁରର ଏହି ମଠ ପରିସରରେ ବିଶ୍ରାମ ନେଇଥିଲେ। ସେଥିଲାଗି ଏହି ମଠକୁ ଚୈତନ୍ୟ ମଠ କୁହାଯାଏ। ଏହାରି ଭିତରେ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିର ରହିଛି। ଗୌରାଙ୍ଗ ଦେବଙ୍କ ନାମରେ ଏହି ଗ୍ରାମର ନାମ ଗୌରାଙ୍ଗପୁର ହୋଇଛି। ଆଜିର ଏହି କାର୍ଯ୍ୟରେ ୫ ଜଣ ବ୍ରାହ୍ମଣ ନିୟୋଜିତ ରହିଥିଲେ। କର୍ତା ଭାବେ ବରଦା ପ୍ରସାଦ ମହାପାତ୍ର ଓ ସ୍ତ୍ରୀ କଲ୍ୟାଣୀ ମହାପାତ୍ର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଧରଣୀଧର ମହାପାତ୍ର, ବ୍ରହ୍ମାନନ୍ଦ ମହାପାତ୍ର ଅନ୍ନଦା ମହାପାତ୍ର, ମମତା ମହାପାତ୍ର, ଖଗେଶ୍ୱର ଦାସ, ରଘୁନାଥ ଦାସ, ପମୋଦ ଦାସ, ସନ୍ତୋଷ ଦାସ ଅଧିକାରୀ, ଦଶରଥ ଦାସ, ଦେବାଶିଷ ସାମଲ ପ୍ରମୁଖ କାର୍ଯ୍ୟକ୍ରମ କୁ ସଂଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.