Home ଓଡ଼ିଶା ୫ ଲକ୍ଷ ଟଙ୍କାର ହେରୋଇନ୍, ଗଞ୍ଜେଇ ଜବତ : ଯୁବତୀଙ୍କ ସମେତ ୪ ଗିରଫ

୫ ଲକ୍ଷ ଟଙ୍କାର ହେରୋଇନ୍, ଗଞ୍ଜେଇ ଜବତ : ଯୁବତୀଙ୍କ ସମେତ ୪ ଗିରଫ

295

ପୁରୀ, ୨୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ରେଳ ଷ୍ଟେସନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢଉ କରି ଅବକାରୀ ବିଭାଗ ଆଜି ୫ ଲକ୍ଷ ଟଙ୍କାର ହେରୋଇନ୍ ଓ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ଜଣେ ଯୁବତୀଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହା ସହ ଏକ ମୋଟର ସାଇକେଲ ବି ଜବତ୍ କରାଯାଇଛି। ଗିରଫ୍ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା କୋଦଳା ଥାନା ସାତନଳା ଗାଁର ରାଜେଶ ପାଲଟା ଓ ବାଣି ରାଉତ, ଖୋର୍ଦ୍ଧା ଜିଲା ବନମାଳୀପୁରର ମହମ୍ମଦ ତେନିସ ଓ ନିମାପଡା ଖେଦରପୁରର ନୃସିଂହ ଭୋଇ। ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ଆଜି ସକାଳେ ପୁରୀ ରେଳଷ୍ଟେସନରେ ଖାନତଲାସ କରିଥିଲେ। ଏହି ସମୟରେ ରେଳଷ୍ଟେସନ କାର ପାର୍କଂ ଷ୍ଟାଣ୍ଡରୁ ରାଜେଶ ଓ ବାଣି ଠାରୁ ୧୦ କିଲୋ ଗଞ୍ଜେଇ ଜବତ କରିଥିଲେ। ସେହିଭଳି ଅବକାରୀ ବିଭାଗର ଭ୍ରାମ୍ୟମାଣ ବିଭାଗ ତରଫରୁ ନିମାପଡା ବଜାର ଛକ ନିକଟରେ ଚଢଉ କରାଯାଇ ନୃସିଂହ ଓ ଡେନିସ କୁ ଗିରଫ୍ କରାଯାଇଥିଲା। ନୃସିଂହ ହେରୋଇନ ଚୋରାଚାଲାଣ କରୁଥିବାବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି। ତା ଠାରୁ ୨୨ ଗ୍ରାମ୍ ହେରୋଇନ୍ ଜବତ କରାଯାଇଛି। ସେହିଭଳି ଏକ ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ ବେଳେ ଡେନିସ୍ ଅବକାରୀ ବିଭାଗ ହାତରେ ଧରାପଡିଛି। ଡେନିସ୍ ଠାରୁ ୨ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ହେରୋଇନ ଓ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୫ ଲକ୍ଷ୍ୟ ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି। ଏହି ଚଢଉରେ ଇନ୍ସପେକ୍ଟର ଅନୀତା ଓଝା, ଏସ୍ଆଇ ବନ୍ଦନା ପଟ୍ଟନାୟକ, ଏସ୍ଆଇ ପ୍ରକାଶ ସାହୁ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.