Home ଅପରାଧ ୫ ଲକ୍ଷ ଟଙ୍କାର ଚୋରା କେନ୍ଦୁପତ୍ର ଜବତ

୫ ଲକ୍ଷ ଟଙ୍କାର ଚୋରା କେନ୍ଦୁପତ୍ର ଜବତ

86

ଯାଜପୁର୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କଥାରେ ଅଛି ଆଳୁ ଖୋଳୁ ଖୋଲୁ ମହାଦେବ ବାହାରିବା ଭଳି ଏକ ଘଟଣା ପାଣିକୋଇଲି ଥାନାରେ ଦେଖିବାକୁ ମିଳିଛି। ଏକ ଜବତ ଦୁର୍ଘଟଣାଗସ୍ତ ଟ୍ରକରୁ ଆନୁମାନିକ ୫ ଲକ୍ଷ ଟଙ୍କାର ଚୋରା କେନ୍ଦୁପତ୍ର ଜବତ କରିବାରେ ପୁଲିସ ସକ୍ଷମ ହୋଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ପ୍ରକାଶଯେ ଗତ ୨ ତାରିଖ ଟିକର ଛକ ନିକଟରେ ଏକ ସ୍କୁଟି ସହ ୬ ଚକିଆ ଟ୍ରକର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସହଯାତ୍ରୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ (ଓଆର ୧୫ଏଲ ୪୨୨୫)କୁ ପୁଲିସ ଜବତ କରି ଥାନାକୁ ଆଣିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା। ମାତ୍ର ଉକ୍ତ ଟ୍ରକରେ ଥିବା ମାଲ ଉପରେ ଥାନାଧିକାରୀ ଅଜୟ କୁମାର ଜେନାଙ୍କ ସନ୍ଦେହ ଘନିଭୂତ ହୋଇଥିଲା। ଟ୍ରକ ପାଲ ଖୋଲି ଦେଖିବାରୁ ବିଭିନ୍ନ ଢଙ୍ଗରେ ପତ୍ର ଥିବା ଦେଖିବାକୁ ପାଇଥିଲେ। ହେଲେ ଏହା କି ପତ୍ର ଜାଣିନପାରି ବନବିଭାଗକୁ ଚିଠି ଲେଖିଥିଲେ। ବନ ବିଭାଗ ପକ୍ଷରୁ ଆଜି ଥାନାରେ ଗାଡିଟିକୁ ଯାଂଚ କରାଯାଇଥିଲା। ଯାଂଚ ସମୟରେ ଏହା କେନ୍ଦୁପତ୍ର ବୋଲି ବନ ବିଭାଗ ସ୍ପଷ୍ଟ କରିବା ସହ ତାର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବ ବୋଲି ପ୍ରକାଶ କରିଥିଲା। ଏହା ଅନୁଗୁଳ ଆଠ ମଲ୍ଲିକରୁ କଲିକତା ଯାଉଥିବା ବନବିଭାଗ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି। ଟ୍ରକଟିର ମାଲିକ ବରଗଡ ସଦର ଥାନା ଅନ୍ତର୍ଗତ ଆମ୍ବପଲ୍ଲୀ ଚୌକର ମୁନିରାମ ଅଗ୍ରୱାଲାଙ୍କ ପୁଅ ଗଣେଶ ପ୍ରସାଦଙ୍କ ନାମରେ ଥିବା ଜଣାପଡିଛି। ସହକାରୀ ବନ ସଂରକ୍ଷଣ ଅଧିକାରୀ(ଭିଜିଲାନ୍ସ ରଜନୀକାନ୍ତ ମହାନ୍ତି, ରେଂଜର ଦେବେନ୍ଦ୍ର ପଟ୍ଟନାୟକ, ଫରେଷ୍ଟର ପ୍ରେମାନନ୍ଦ ରାଉତରାୟ, ବେଣୁଧର ବେହେରାଙ୍କ ସମେତ ଭିଜିଲାନ୍ସ ଷ୍ଟାପ, ବନବିଭାଗ ସ୍କ୍ୱାର୍ଡ, ପାଣିକୋଇଲି ପୁଲିସ ଉପସ୍ଥିତ ଥିଲେ। ଏନେଇ ଏକ ମାମଲା ୨୧୫/୧୯ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.