Home କୋରାପୁଟ ୫ ଲକ୍ଷ  ଟଙ୍କାର ଗଞ୍ଜେଇ ଜବତ ଓ ୪ ଗିରଫ

୫ ଲକ୍ଷ  ଟଙ୍କାର ଗଞ୍ଜେଇ ଜବତ ଓ ୪ ଗିରଫ

49

କୋରାପୁଟ ୨୦-୦୪(ଓଡିଆ ପୁଅ /ରଂଜନ ଦାସ) ମାଛକୁଣ୍ଡ ପୋଲିସ ଦ୍ୱାରା ୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ  କାର ଜବତ କରା ଯାଇଥିବାବେଳେ ୪ଜଣ  ଗଞ୍ଜେଇ  ମାଫିଆଙ୍କୁ ଗିରଫ କରାଯାଇଥିବା ଜଣାପଡିଛିି । ଗିରଫ ୪ଜଣ ହେଲେ ଅଜୟ ପ୍ରତାପ କୋରି,ହରି ଶଙ୍କର ସିଂହ,ଗୁଲାସାଦ ଓ ରାହୁଲ୍ ବର୍ମା ।  ଏସପି ବରୁଣ ଗୁଣ୍ଡୁପାଲ୍ଲିଙ୍କ ନିର୍ଦ୍ଦେଶରେ ଚୋରା ଗଞ୍ଜେଇ ଧରପଗଡ ପାଇଁ  ମାଛକୁଣ୍ଡ ପୋଲିସ ରାତ୍ରୀ ପେଟ୍ରୋଲିଂ କରୁଥିଲା । ପେଟ୍ରୋଲିଂ ସମୟରେ କାଙ୍ଗରାପଡା  ନିକଟରେ  ଏକ  ନମ୍ବର ପ୍ଲେଟ ନ ଥିବା କାରକୁ ଅଟକାଇ ଚେକିଂ କରିବା ବେଳକୁ ସେଥିରୁ ଗଞ୍ଜେଇ ମିଳିଥିଲା । ପୋଲିସ କାରରୁ ୧୦୨ କିଲୋ ୪୦୦ ଗ୍ରାମ ଗଞ୍ଜେଇ  ଜବତ କରିଛି,ଯାହାର ଆନୁମାନିକ ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଜବତ ଗଞ୍ଜେଇ  ଅନକାଡେଲ୍ଲି ଅଂଚଳରୁ  ଉତରପ୍ରଦେଶକୁ ଯାଉଥିବା ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ଛାନଭୀନ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.