Home ଓଡ଼ିଶା ୫ ମାଓବାଦୀ ସଫା

୫ ମାଓବାଦୀ ସଫା

208

ଆନ୍ଧ୍ରପ୍ରଦେଶ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଗୁମରୀବାଲା ନିକଟସ୍ଥ ମଦିଲମ୍ମା ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ କୋରାପୁଟ ଶ୍ରୀକାକୁଲମ ମାଓ ସଙ୍ଗଠନର ନେତ୍ରୀ ଅରୁଣାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ମୃତ ୫ ମାଓବାଦୀଙ୍କ ଶବ ଜବତ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରିଥିବା ସୁଚନା ମିଳିଛି । ଏନ୍‌କାଉଣ୍ଟରରେ ବହୁ ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତଥାପି ଘଟଣାସ୍ଥଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଉଛି । ବହୁ ହାର୍ଡକୋର ମାଓବାଦୀଙ୍କୁ ବି ଗୁଳି ଲାଗି ଆହତ ହୋଇଥିବା ସୁଚନା ମିଳୁଛି । ମୃତ ମାଓବାଦୀଙ୍କ ପରିଚୟ ଏଯାଏଁ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.