Home ଓଡ଼ିଶା ୫ ମଦ ବେପାରି ସହ ୪ଜଣ ମଦୁଆ ଗାଡି ଚାଳକ ଗିରଫ

୫ ମଦ ବେପାରି ସହ ୪ଜଣ ମଦୁଆ ଗାଡି ଚାଳକ ଗିରଫ

305

ବାଲିଗୁଡା, ୪/୧୨ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡା ପୋଲିସ ଦ୍ୱାରା ବାଲିଗୁଡା ଅଂଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମହୁଲି ମଦ କାରବାର କରୁଥିବା ନେଇ ପାଂଚ ଜଣକୁ ଗିରଫ କରିଥିବା ବେଳେ ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଚଢାଉ କରି ଚାରି ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ। ବାଲିଗୁଡା ଥାନା ଅଂଚଳର ବାରଖମା, ରେବିଙ୍ଗିଆ ଓ ବାଲିଗୁଡା ସଦରରରୁ ପାଂଚ ଜଣ ଗିରଫ ହୋଇଛନ୍ତି ସେମାନେ ହେଲେ ଗାଂଜିଆ ବେହେରା, ଦେବାନନ୍ଦ ବେହେରା, ଉମେଶ ଚନ୍ଦ୍ର ପାତ୍ର, ହୃଷିକେଶ ବେହେରା ଓ ଦେବାନନ୍ଦ ବେହେରା। ଏମାନଙ୍କୁ ଗିରଫ ପରେ କେଶ ନମ୍ବର ୧୭୬, ୧୭୭, ୧୭୮, ୧୭୯ ଓ ୧୮୦ରେ ମାମଲାରୁଜୁ କରି କୋର୍ଟ ଚାଲଣା କରାଯାଇଛି। ଗତକାଲି ରାତିରେ ଏକ ଛକରେ ପୋଲିସ ତରଫରୁ ଗାଡି ଚେକିଙ୍ଗ ସମୟରେ ଚାରିଜଣ ମଦପାନକରି ଗାଡି ଚଲାଉଥିଲେ ସେମାନେ ହେଲେ କାମଦେବ ଦିଗାଳ, ପ୍ଦୀପ ମାଝୀ, ଦଶରଥ ପାତ୍ର ଓ ହେମନ୍ତ ନାୟକ। ଏମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ସମୁଦାୟ ବେଆଇନ ମଦ ବେପାରି ଓ ମଦୁଆ ଡ୍ରାଇଭର ୯ଜଣକୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ଥାନା ତରଫରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.