Home ଓଡ଼ିଶା ୫ ଦିନ ଯାଏଁ ବର୍ଷା

୫ ଦିନ ଯାଏଁ ବର୍ଷା

464

ଭୁବନେଶ୍ଵର,୨୩/୦୯,(ଓଡ଼ିଆ ପୁଅ ପି ନାଏକ):ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ୨୫ ଓ ୨୬ ତାରିଖରେ ସ୍ଥିତି ଅଧିକ ଖରାପ ହେବ। ଆସୁଛି ବଡ଼ ବର୍ଷା‌। ୫ ଦିନ ଧରି ବର୍ଷିବ । ଏନେଇ ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରକୁ ପରାମର୍ଶ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହା ପ୍ରଭାବରେ ୨୫ ତାରିଖଠାରୁ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବର୍ଷା ପରିମାଣ ବଢ଼ିବ। ଏହାର ୪୮ ଘଣ୍ଟା ପରେ ଅର୍ଥାତ୍‌ ୨୬ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.