Home ଜିଲ୍ଲା ପରିକ୍ରମା ୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ବୈଠକ

୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ବୈଠକ

26

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଜିଲା ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅପରାହ୍ନ ୫ଟାରେ ଅନୁଷ୍ଠିତ ହୋଇଯାଇଛି । ଯଦିଓ ୫-ଟି ସଚିବଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ବିଧିବଦ୍ଧ ଭାବେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ପ୍ରଶାସନର ହସ୍ତଗତ ହୋଇନାହିଁ । ଅନଔପଚାରିକ ଭାବେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ଓ ରାମଦାସ ଟୁଡୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଉପଜିଲାପାଳ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହାବ୍ୟତୀତ ଅନୁଷ୍ଠିତ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପୂର୍ତ୍ତ, ପୌରପାଳିକା, ଅଗ୍ନିଶମ ବିଭାଗର ପଦାଧିକାରୀମାନଙ୍କ ସହ ଭଦ୍ରକ ବିଡିଓ, ତହସିଲଦାର ଯୋଗ ଦେଇଥିଲେ । ୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲାପାଳ ଶ୍ରୀ ବୋନ୍ଦର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.