ହାଟଡିହି, ୧୧ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ)ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରୁଥିବାବେଳେ ଆଜି ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜକୁ ଖୋଲି ପାରିନି । ତୃତୀୟ ଲହର ଆସିବା ଆଶଙ୍କାରେ ଥିବାବେଳେ ଏôତପାଇଁ ସବୁ ଅଫଲାଇନ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ଆଜି ଅଫଲାଇନ ମାଧ୍ୟମରେ ନବୋଦୟ ପ୍ରବେଶିକା ପରୀକ୍ଷା ହେଉଥିବାବେଳେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ବିଭିନ୍ନ ପରୀକ୍ଷାକେନ୍ଦ୍ର ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହେବାସହ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଦିନ ୧୦ଟା ତିରିଶ ମିନିଟରେ ପରୀକ୍ଷାକେନ୍ଦ୍ରୟ ଭିତରକୁ ପ୍ରବେଶ କରିବାପାଇଁ ଜଣାଯାଇଥିବାରୁ ଅଭିଭାବକ ମାନେ ସେମାନଙ୍କ ଛୁଆ ମାନଙ୍କୁ ଧରି ଫାଟକ ସମ୍ମୁଖରେ ଠିକ୍ ସମୟରେ ଠିଆ ହୋଇଥିଲେ । କିନ୍ତୁ ପରୀକ୍ଷାକେନ୍ଦ୍ର ଭିତରକୁ ୧୧ଟା ବେଳକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ଫଳରେ ଏହି ସମୟରେ ଗେଟ ସମ୍ମୁଖରେ ଶହଶହ ଲୋକ ସେମାନଙ୍କ ଛୁଆ ମାନଙ୍କୁ ଧରି ଖରାରେ ଠିଆ ହେବାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ମଧ୍ୟ କରୋନା କଟକଣାକୁ ଭୁଲିଯାଇଥିଲେ । ଆଜି ହାଟଡିହି ପରୀକ୍ଷାକେନ୍ଦ୍ରରେ ୩୭୨ଜଣ ପରୀକ୍ଷା ଦେବାକୁ ଥିବାବେଳେ ୨୯୭ଜଣ ପରୀକ୍ଷା ଦେଇଥିଲେ । ଏଠାରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସୁପରିଟେଣ୍ଡଣ୍ଟ, ଏବିଇଓ ଧନେଶ୍ୱର ଖଣ୍ଡେଇ ଅବଜରଭର ଓ ନବୋଦୟ ବିଦ୍ୟାଳୟର ପରୀକ୍ଷାକେନ୍ଦ୍ର ଅବଜରଭାବେ ରାଜେନ୍ଦ୍ର ଧଳ ପରୀକ୍ଷା ନିୟନ୍ତ୍ରଣ କରିଥିଲେ । ସେହିପରି ଶାଳଣିଆଁ ହାଇସ୍କୁଲରେ ଅନୁଷ୍ଠିତ ପରୀକ୍ଷାକେନ୍ଦ୍ରରେ ୩୫୫ଜଣ ପରୀକ୍ଷା ଦେବାପାଇଁ ଡଫର୍ମ ପୁରଣ କରିଥିବାବେଳେ ୨୯୦ଜଣ ପରୀକ୍ଷା ଦେଇଥିଲେ । ସୁପରିଟେଣ୍ଡଣ୍ଟ ଭାବେ କୋଦଣ୍ଡଧର ମହାନ୍ତି, ଅବଜରଭାବେ ଏବିଇଓ ସୁରେଶ କୁମାର ଜେନା ଓ କେନ୍ଦ୍ର ଅବଜରଭାବେ ରଞ୍ଜିତା କୁମାରୀ ବିଶ୍ୱାଳ ପରୀକ୍ଷା ପରିଚାଳନା କରିଥିଲେ ।