Home କୋରାପୁଟ                  ମାଛକୁଣ୍ଡ ପୋଲିସ ଦ୍ୱାରା ୪୫ ଲକ୍ଷର  ଗଞେଇ ଜବତ,୨ ଗିରଫ

                 ମାଛକୁଣ୍ଡ ପୋଲିସ ଦ୍ୱାରା ୪୫ ଲକ୍ଷର  ଗଞେଇ ଜବତ,୨ ଗିରଫ

89

କୋରାପୁଟ ୧୧-୦୮(ଓଡିଆ ପୁଅ / ରଂଜନ ଦାସ) କୋରାପୁଟ ଜିଲ୍ଲାର   ମାଛକୁଣ୍ଡ  ପୋଲିସ  ଦ୍ୱାରାଏକ ପିକଅପ ଭ୍ୟାନରୁ ୪୫ ଲକ୍ଷ  ଟଙ୍କାର ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଗିରଫ  ଦୁଇଜଣ ହେଲେ ମାଛକୁଣ୍ଡର ଦେବେନ୍ଦ୍ର ବେହେରା ଓ ଜୟନ୍ତିଗିରିର ଘାସି ଖରା । ମାଛକୁଣ୍ଡ ଅଂଚଳରୁ  ବିହାରକୁ  ଓଡି-୧୦ ଜେ୧୫୫୯  ନମ୍ବର ଥିବା  ଏକ ଭ୍ୟାନରେ  ଗଞେଇ  ଚୋରା ଚାଲାଣ ହେଉଥିବା ସୂଚନା ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ପାଇଥିଲେ । ସୂଚନା ଅନୁଯାୟୀ ଥାନା ଅଧିକାରୀ ଶ୍ରୀ ଲାକ୍ରା ପୋଲିସ ଟିମ ସହ  ଗଡିଘାଟ ଛକରେ  ନାକାବନ୍ଦୀ କରିଥିଲେ । ଗଞେଇ  ନେଇ ଯାଉଥିବା  ଭ୍ୟାନ ଆସିବା ମାତ୍ରେ ପୋଲିସ ଟିମ ଗାଡି ଅଟକାଇ ଚେକିଂ କରିବା ବେଳକୁ  ଗାଡିରୁ ଜରି ଅଖାରେ  ଭରି ହୋଇଥିବା  ୪୬୮  କିଲୋ ୫୦୦ ଗ୍ରାମ ଗଞେଇ  ମିଳିଥିଲା ପୋଲିସ ଟିମ ଭ୍ୟାନ ସହ ଗଞେଇ   ଜବତ କରିଛି ।  ଜବତ ଗଞେଇର  ମୂଲ୍ୟ ପ୍ରାୟ ୪୫  ଲକ୍ଷ ଟଙ୍କା  ହେବ ବୋଲି  ଜଣାପଡିଛି । ମାଛକୁଣ୍ଡ ଥାନାରେ ଏନଡିପିଏସ ଆକ୍ଟ୍ ଅନୁଯାୟୀ ଏକ ମାମଲା(କେସ ନଂ-୬୩/୨୦୨୧) ରୁଜୁ କରା ଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ନନ୍ଦପୁର ଏସଡିପିଓ  ଶ୍ରୀ ମହାପାତ୍ର  ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.