Home ଜିଲ୍ଲା ପରିକ୍ରମା ୫୪ ତମ ଜାତୀୟ ସ୍ତରୀୟ ବରିଷ୍ଠ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଦିପ୍ତିମୟୀ...

୫୪ ତମ ଜାତୀୟ ସ୍ତରୀୟ ବରିଷ୍ଠ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଦିପ୍ତିମୟୀ ମନୋନୀତ

6

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁଜୁରାଟ ର ଭୁଜ୍ ଠାରେ ଆରମ୍ଭ ହେବାକୁ ଯାଉଥିବା ୫୪ ତମ ଜାତୀୟ ବରିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଟି ୨୮ ଜୁନ୍ ରେ ଆରମ୍ଭ ହୋଇ ୩ ଜୁଲାଇ ୨୦୨୫ ରେ ସମାପ୍ତ ହେବ ।ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ୧୬ ଜଣିଆ ମହିଳା ଖେଳାଳୀ ଙ୍କ ନାମ ଘୋଷଣା କରିଛି .ଏହି ମହିଳା ଦଳରେ ଭଦ୍ରକ ସ୍ପୋର୍ଟସ ଏକାଡେମୀ ରୁ ଦିପ୍ତିମୟୀ ଦାସ୍ ସ୍ଥାନ ପାଇଛନ୍ତି । ଦିପ୍ତିମୟୀ ଏସ ବି ଡି ଇଂଟରନେସନାଲ୍ ସ୍କୁଲ ରେ ଏହି ବର୍ଷର +୨ କଳାର ଦ୍ୱିତୀୟ ବର୍ଷ ରେ ଉତୀର୍ଣ ହୋଇଛନ୍ତି । ସେ ଚାନ୍ଦବାଲି ବ୍ଲକ ନାଲଗୋଣ୍ଡା ଛାତ୍ରପଦା ଗ୍ରାମର ଦୟାନିଧି ଦାସଙ୍କ କନ୍ୟା । ତାଙ୍କର ଏହି ସଫଳତା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ,ଏସବିଡି ଇଂଟରନେସନାଲ ସ୍କୁଲ ର ଅଧ୍ୟକ୍ଷ, ଚେୟାରମେନ୍ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସ୍କୁଲ ର ଶାରୀରିକ କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ, ସଂଗ୍ରାମୀ ଦେବୀଦଉ ନାୟକ , ସ୍ୱୟମ୍ଭୁ ପ୍ରସାଦ ଦାଶ ଓ ତପନ କୁମାର ମିଶ୍ର.ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.