Home ଜିଲ୍ଲା ପରିକ୍ରମା ୫୩ନଂ-ରାଜ୍ୟ ରାଜପଥର କପାଳୀ ନଦୀର ପୋଲର ପାର୍ଶ୍ୱର ରାସ୍ତା ଧସିବାରେ ଲାଗିଛି

୫୩ନଂ-ରାଜ୍ୟ ରାଜପଥର କପାଳୀ ନଦୀର ପୋଲର ପାର୍ଶ୍ୱର ରାସ୍ତା ଧସିବାରେ ଲାଗିଛି

82

ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲଘୁଚାପ ଜନିତ ବର୍ଷା ଦୁଇଦିନ ଧରି ଲାଗିରହିବା ଫଳରେ ଭଦ୍ରକ-ଆନନ୍ଦପୁର ୫୩ନଂ-ରାଜ୍ୟ ରାଜପଥର ବନ୍ତ ବ୍ଲକ ଟିଲୋ କପାଳୀ ପୋଲ ପାଶ୍ୱର୍ରେ ନିମିିତ ହୋଇଥିବା ରାସ୍ତା ଧସି ବାରେ ଲାଗିଛି, ଉକ୍ତ ସ୍ଥାନଦେଇ ବହୁଯାନ ବାହାନ ଯାଉଥିବାରୁ ଏହାର ସ୍ଥାୟୀ କାର୍ଯ୍ୟପାଇଁ ଦାବି ହେଉଛି। ପ୍ରକାଶ ଯେ, ଭଦ୍ରକ-ଆନନ୍ଦପୁର ୫୩ନଂ-ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଗତ ୧୦ ବର୍ଷ ତଳେ ଆରମ୍ଭ ହୋଇଥିଲା। କାର୍ଯ୍ୟ ଆରମ୍ଭ ଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ଟି ନିର୍ମାଣକାରୀ ସଂସ୍ଥା ଉକ୍ତ କାର୍ଯ୍ୟକୁ ସଂପାଦନକରୁଥିବା ବଳେ ତାହା ସରପାରିନି। ଫଳରେ ଏହି ରାଜପଥରେ ଆହୁରି ଅନେକ ସ୍ଥାନରେ କାମ ବାକି ରହିଛି। ଗତ ୨ ବର୍ଷ ତଳେ ଟିଲୋ ଜାଗୁଳାଇପଦା ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ଜନୈକ ଠିକାଦାରୀ ସଂସ୍ଥା ହାତକୁ ନେଇଛି। ଏହା ମଧ୍ୟରେ ଟିଲୋ ବଡସାହି ଠାରେ କପାଳୀ ନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ ହୋଇଛି। ଗତ ୨ ମାସ ହେବ ବ୍ରିଜ୍ ନିର୍ମାଣ ସରିବା ପରେ ଏହା ଉପରେ ଦେଇ ଗାଡିମୋଟର ଓ ସାଧାରଣ ଯାତ୍ରୀମାନେ ପ୍ରତି ମୁହୁର୍ତରେ ଯାତାୟତ କରୁଛନ୍ତି। ମାତ୍ର ନିର୍ମାଣ କାର୍ଯ୍ୟ ବେଳେ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍ରେ ସୁରକ୍ଷା ୱାଲ ତିଆରି କରାନଯାଇ ବାଉଁଶ ଖୁଣ୍ଟ ପୋତି ମାଟି ଓ କ୍ରସର ଡଷ୍ଟରେ ରାସ୍ତା ତିଆରି କରାଯାଇଛି। ଏହାର ପାଶ୍ୱର୍କୁ କଂକ୍ରୀଟ ୱାଲ କରାଯାଇନଥିବାରୁ ବର୍ଷାରେ ଏହା ଧସିିବାରେ ଲାଗିଛି। ଫଳରେ ଏହାର ସ୍ଥାୟିତ୍ୱ କୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ସ୍ଥାନରେ କଂକ୍ରୀଟ ୱାଲ କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଦୁଇଦିନ ହେବ ଲଗାଣ ବର୍ଷା ସହ କପାଳୀ ନଦୀରେ ଜଳପତନ ବୃଦ୍ଧି ପାଇଥିବାରୁ ଉକ୍ତ ସ୍ଥାନରେ ପଡ଼ିଥିବା ବାଲି ଓ ମୋରମ ଧୋଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.