Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମୀ ବାବାଜୀ ସାମଲଙ୍କ ପରଲୋକରେ ଜିଲା ପ୍ରଶାସନ ପକ୍ଷରୁ ଶୋକପ୍ରକଟ

ସ୍ୱାଧୀନତା ସଂଗ୍ରାମୀ ବାବାଜୀ ସାମଲଙ୍କ ପରଲୋକରେ ଜିଲା ପ୍ରଶାସନ ପକ୍ଷରୁ ଶୋକପ୍ରକଟ

101

ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ସଂଗ୍ରାମୀ ବାବାଜୀ ଚରଣ ସାମଲଙ୍କର ଭଦ୍ରକ ବ୍ଲକର କାଉପୁର ପାଟଣାସ୍ଥିତ ନିଜ ବାସଭବନରେ ଗତ ୧୮ ତାରିଖ ରାତି ୯ଟାରେ ପରଲୋକ ଘଟିଛି। ଶୁକ୍ରବାରଦିନ ଜିଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସ୍ୱର୍ଗତ ସାମଲଙ୍କ ବିୟୋଗରେ ଶୋକପ୍ରକଟ କରାଯିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁଅ, ବୋହୂ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସ୍ୱର୍ଗତ ସାମଲ ସ୍ୱାଧୀନତା ସଂଗ୍ରାମୀ ଭାବେ ସରକାରଙ୍କ ସ୍ୱୀକୃତି ଲାଭ କରିଥିଲେ। ସେ ଜଣେ ଗାନ୍ଧିବାଦୀ ମଣିଷ ଥିଲେ। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ଡ-ହରେକୃଷ୍ଣ ମହତାବଙ୍କ ଅନୁଗାମୀ ହୋଇ ନିଜକୁ ସ୍ୱାଧୀନତା ସଂଗ୍ରାମରେ ସାମିଲ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.