Home କେନ୍ଦୁଝର ୫୦ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଡଅଁର ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

୫୦ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଡଅଁର ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

295

ହାଟଡିହି ୨୨ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲ ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ଛୁଇଁଛି । ଆଜି ପୁଣି ୫ଜଣ କରୋନା ପଜେଟିଭ ଚିହ୍ନଟ ହେବା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ଡଅଁର ଗ୍ରାମର ଗୋଟିଏ ପରିବାରର ହୋଇଥିବାବେଳେ ଅନ୍ୟ ଜଣେ ସୋଲପଟା ଗ୍ରାମର ତାଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି । ଗତ ୫ଦିନ ପୁର୍ବେ ଡଅଁରରୁ ବାହାରିଥିବା ଜଣେ ପଜେଟିଭଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଅନୁସାରେ ତାଙ୍କ ପରିବାରର ୭ଜଣଙ୍କ ସ୍ୱାବ ନମୁନା ସଂଗ୍ରହ ପାଇଁ କେନ୍ଦୁଝରକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ନମୁନା ରିପୋର୍ଟ ପଜେଟିଭ ଆସିଛି । ସେମାନେ ସ୍ଥାନୀୟ ସଂକ୍ରମଣ ହୋଇଥିବାରୁ ଏହାକୁ ନେଇ ଚିନ୍ତାରେ ପଡିଯାଇଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ଆଜି ସମ୍ପୁର୍ଣ୍ଣ ଡଅଁର ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ୧୪ଦିନ ପର୍ଯ୍ୟନ୍ତ ଶାଳଣିଆଁ-ଡଅଁର ରାସ୍ତା, ଡଅଁର-ସରଳା ରାସ୍ତା ଓ ଡଅଁର ଗାଁ ରାସ୍ତାକୁ ମଧ୍ୟ ସିଲ କରାଯାଇଛି ବୋଲି ସରପଞ୍ଚ ହିସି ହେମ୍ରମ ସୁଚନା ଦେଇଛନ୍ତି । ଗ୍ରାମକୁ ବିଶୋଧନ କରାଯିବା ସହିତ ଗାଁରେ ଶାନ୍ତି ଶୃଙ୍ଖଳା, ବିଭିନ୍ନ ସାମଗ୍ରୀ ଯୋଗାଣ ଓ ଘରଘର ବୁଲି ସର୍ଭେ କରିବାକୁ ଜିଲ୍ଲାପାଳ ଆଶିଷ ଠାକରେ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପଜେଟିଭ ରିପୋର୍ଟ ଆସିବାପରେ ସମସ୍ତ ଆକ୍ରାନ୍ତଙ୍କୁ କେନ୍ଦୁଝର କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି ବୋଲି ଶାଳଣିଆଁ ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି । ଏହି ସଂକ୍ରମିତ ମାନେ ଡଅଁର ଗ୍ରାମର ଅନେକ ଲୋକଙ୍କ ସହିତ ସଂଷ୍ପର୍ଶରେ ଆସିବା ସହିତ ଅନ୍ୟ କିଛି ଗ୍ରାମର ସମ୍ପର୍କୀୟଙ୍କ ସହିତ ମିଳାମିଶା କରିଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ଆଜି ଏହି ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ୬ଜଣଙ୍କ ସ୍ୱାବ ନମୁନା ସଂଗ୍ରହ ପାଇଁ ପଠାଯାଇଛି । ଲୋକମାନେ ଏହି ସମୟରେ ବାହାରକୁ ନବାହାରିବା ଓ ସବୁବେଳେ ମାସ୍କ ବ୍ୟବହାର କରିବା ଓ ଗାଁ ଭିତରେ ସାମାଜିକ ଦୁରତାରେ ଚଳପ୍ରଚଳ କରିବାପାଇଁ ସରପଞ୍ଚ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି । ହାଟଡିହି ବ୍ଲକରେ ଆଜି ସୁଧା ୫୪ଜଣଙ୍କ ମଧ୍ୟରୁ ୪୧ଜଣ ସୁସ୍ଥ ହୋଇଥିବାବେଳେ ୧୩ଜଣ ବିଭିନ୍ନ କୋଭିଡ-୧୯ ହସପିଟାଲରେ ରହି ଚିକିତ୍ସିତ ହେଉଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.