Home ଓଡ଼ିଶା ୫ନମ୍ବର ଜୋନର ୮ଟି ପଞ୍ଚାୟତରେ ବିଜୟୀ ସରପଞ୍ଚ ଓ ସମିତିସଭ୍ୟ

୫ନମ୍ବର ଜୋନର ୮ଟି ପଞ୍ଚାୟତରେ ବିଜୟୀ ସରପଞ୍ଚ ଓ ସମିତିସଭ୍ୟ

114

କେନ୍ଦ୍ରାପଡ଼ା, ୨୭ା୨ କେନ୍ଦ୍ରାପଡ଼ା ୨୭-୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକର ୫ନମ୍ବର ଜୋନରେ ଇନ୍ଦୁପୁର, ଧୂମାତ, ଘାଘରା, ଚାରିଗାଁ, ନିକିରାଇ, ଢୋଲ, କୁତୁରଙ୍ଗ, କୋରୋ ପ୍ରଭୃତି ୮ଟି ପଞ୍ଚାୟତ ରହିଛି। କେନ୍ଦ୍ରାପଡା କଲେଜରେ ପ୍ରଥମ ପର୍ଯ୍ୟାୟରେ ଏହି ଜୋନର ଭୋଟ ଗଣନା ଶନିବାର ଅନୁଷ୍ଠିତ ହୋଇ ରବିବାର ସକାଳେ ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରାପଡା ବ୍ଲକ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁଯାଇ ଇନ୍ଦୁପୁର ପଞ୍ଚାୟତରେ ସରପଞ୍ଚ ଭାବେ ପ୍ରଦିପ୍ତରଞ୍ଜନ ସୂତାର ୯୫୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଫୁଲ୍ଲ କୁମାର ଦାସଙ୍କ ଠାରୁ ୨୬୩ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ଧୂମାତ ପଞ୍ଚାୟତରେ ସରପଞ୍ଚ ଭାବେ ମଞ୍ଜୁଲତା ସେଠୀ ୧୧୪୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅନ୍ନପୂର୍ଣ୍ଣା ମଲିକଙ୍କ ଠାରୁ ୩ଶହ ଭୋଟ ଅଧିକ ପାଇଛନ୍ତି। ଘାଘରା ପଞ୍ଚାତରେ ସରପଞ୍ଚ ଭାବେ ପ୍ରିୟଦର୍ଶିନୀ ବିଶ୍ୱାଳ ୧୧୯୬ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶକୁନ୍ତଳା ମଳିକଙ୍କ ଠାରୁ ୫୧୩ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ଚାରିଗାଁ ପଞ୍ଚାୟତର ସରପଞ୍ଚ ଭାବେ ଭାରତୀ ମଲିକ ୧୦୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରଶ୍ମିତା ଥାଟୋଇଙ୍କ ଠାରୁ ୩୨୪ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ନିକିରାଇ ପଞ୍ଚାୟତର ସରପଞ୍ଚ ଭାବେ ଅପର୍ଣ୍ଣା ଉଡାନସିଂ ୨୮୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ହେମଲତା ମଲିକଙ୍କ ଠାରୁ ୧୬୨୧ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ଢୋଲ ପଞ୍ଚାୟତର ସରପଞ୍ଚ ଭାବେ ପ୍ରଫୁଲ୍ଲ ମଲିକ ୧୦୯୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମନୋରଞ୍ଜନ ଜେନାଙ୍କ ଠାରୁ ୨୯୪ଖଣ୍ଡ ଭୋଟ ଅଧିକ ପାଇଛନ୍ତି। କୁତୁରଙ୍ଗ ପଞ୍ଚାୟତର ସରପଞ୍ଚ ଭାବେ ଚିତରଞ୍ଜନ ଜେନା ୬୮୮ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନରୋତ୍ତମ ମଲିକଙ୍କ ଠାରୁ ୨୧୮ଖଣ୍ଡ ଭୋଟ ଅଧିକ ପାଇଛନ୍ତି। କୋରୋ ପଞ୍ଚାୟତର ସରପଞ୍ଚ ଭାବେ ଦୀପାଞ୍ଜଳୀ ଜେନା ୧୮୪୭ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନନ୍ଦିନୀ ପ୍ରଭା ପାତ୍ରଙ୍କ ଠାରୁ ୪୩୯ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ସେହିପରି ଘାଘରା ପଞ୍ଚାତରେ ସମିତିସଭ୍ୟ ଭାବେ କୁଞ୍ଜ ବିହାରୀ ସ୍ୱାଇଁ ୮୭୧ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଶ୍ୱନାଥ ପରିଡାଙ୍କ ଠାରୁ ୧୪୯ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ଚାରିଗାଁ ପଞ୍ଚାୟତର ସମିତିସଭ୍ୟ ଭାବେ ମମତା ରାଉତ ୭୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମଞ୍ଜୁଲତା ମଲିକଙ୍କ ଠାରୁ ୪ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ନିକିରାଇ ପଞ୍ଚାୟତର ସମିତିସଭ୍ୟ ଭାବେ ପ୍ରିୟମ୍ବଦା ଦାସ ୨୪୨୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭକ୍ତରଞ୍ଜନ ଜେନାଙ୍କ ଠାରୁ ୧୦୪୯ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ଢୋଲ ପଞ୍ଚାୟତର ସମିତିସଭ୍ୟ ଭାବେ ଅକ୍ଷୟ କୁମାର ସାହୁ ୧୦୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କାର୍ତ୍ତିକ ଚନ୍ଦ୍ର ପଣ୍ଡାଙ୍କ ଠାରୁ ୨୫୪ଖଣ୍ଡ ଭୋଟ ଅଧିକ ପାଇଛନ୍ତି। କୁତୁରଙ୍ଗ ପଞ୍ଚାୟତର ସମିତିସଭ୍ୟ ଭାବେ ମିନତୀ ଦାସ ୪୭୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶଶୀରେଖା ଜେନାଙ୍କ ଠାରୁ ଏକଶହ ଖଣ୍ଡ ଭୋଟ ଅଧିକ ପାଇଛନ୍ତି। କୋରୋ ପଞ୍ଚାୟତର ସମିତିସଭ୍ୟ ଭାବେ ଜୀତେନ୍ଦ୍ର ରାଉତ୧୬୫୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଭୂତି ନାୟକଙ୍କ ଠାରୁ ୩୦୧ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ଧୂମାତ ପଞ୍ଚାୟତର ସମିତିସଭ୍ୟ ଭାବେ ଦେବକୀ ମଲିକ ୧୨୦୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୁପ୍ରିୟା ମଲିକଙ୍କ ଠାରୁ ୩୦୮ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ଇନ୍ଦୁପୁର ପଞ୍ଚାୟତର ସମିତିସଭ୍ୟ ଭାବେ ସୁନନ୍ଦା ମଲିକ ୧୭୦୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନରୋତ୍ତମ ମଲିକଙ୍କ ଠାରୁ ୧୧୪୭ଖଣ୍ଡ ଭୋଟ ଅଧିକ ଅଧିକ ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.