ହରିଚନ୍ଦନପୁର, ୨୦, ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଅଁରପୁର ଗ୍ରାମପଞ୍ଚାୟତ ଚଷାଟାଙ୍ଗିରି ଗ୍ରାମର ତ୍ରିଲୋଚନ ସାହୁଙ୍କ ପତ୍ନୀ ଶକୁନ୍ତଳା ସାହୁ ଆଜକୁ ୫ଦିନ ହେବ ନିଖୋଜ ଥିଲେ। ଯାହାକୁ ନେଇ ପରିବାର ଲୋକେ ଶକୁନ୍ତଳାଙ୍କୁ ଅନେକ ଖୋଜାଖୋଜି କରିବା ପରେ କିଛି ସନ୍ଧାନ ନପାଇବାରୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ସକାଳ ସମୟରେ ଗାଁ ମଧ୍ୟରେ ଥିବା ଏକ କୂଅରେ ଶକୁନ୍ତଳା ମୃତ ଦେହ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଶକୁନ୍ତଳାଙ୍କୁ ମୃତ ଦେହ ଚିହ୍ନିବା ପରେ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି।






