Home ଓଡ଼ିଶା ସମ୍ବଲପୁର ଡ଼ିୟର ପାର୍କ, ଅଣ୍ଡାରୁ ବାହାରିଲେ ୧୦ ଅଜଗର

ସମ୍ବଲପୁର ଡ଼ିୟର ପାର୍କ, ଅଣ୍ଡାରୁ ବାହାରିଲେ ୧୦ ଅଜଗର

138

ସମ୍ବଲପୁର, ୨୦-୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଡ଼ିୟର ପାର୍କରେ ୧୦ ଟି ଅଣ୍ଡା ରୁ ଅଜଗର ଛୁଆ ଜନ୍ମ ନେଇଛନ୍ତି। ଏହି ଡ଼ିୟର ପାର୍କ କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖ ଠାରୁ ସମ୍ପୂର୍ଣ ବନ୍ଦ ଥିବା ବେଳେ ଗୁରୁବାର ନୂଆ ଅତିଥି ଙ୍କ ଆଗମନ ସମ୍ପର୍କ ରେ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ଖଣ୍ଡିୟ ବନାଧିକାରୀ। ଡ଼ିୟର ପାର୍କ ରେ ରହିଥିବା ମାଈ ଅଜଗର ଗତ କିଛି ଦିନ ତଳେ ୨୦ ଟି ଅଣ୍ଡା ଦେଇଥିଲା। ସେଥିରୁ ୧୦ ଟି ଅଣ୍ଡା ରୁ ଗୁରୁବାର ଅଜଗର ଛୁଆ ଜନ୍ମ ନେଇଛନ୍ତି।

ତେବେ ସମ୍ବଲପୁର ଡ଼ିୟର ପାର୍କ ରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ନବ ଜନ୍ମିତ ସମସ୍ତ ସୁସ୍ଥ ଅଜଗର ଙ୍କ ଉପରେ କଡା ନଜର ରଖା ଯାଇଥିବା ହୀରାକୁଦ ବନ୍ୟ ପ୍ରାଣୀ ଖଣ୍ଡିୟ ବନାଧିକାରୀ ପ୍ରତାପ କୋଟାପଲ୍ଲୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.