ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫ଦଫା ଦାବି ପୂରଣ ନେଇ ଭଦ୍ରକ ସବ୍ଜେଲର କର୍ମଚାରୀମାନେ କଳାବ୍ୟାଚ ପିନ୍ଧିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୨୫ତାରିଖରୁ ଆମରଣ ଅନଶନ ସହ ଖାଦ୍ୟ ଗ୍ରହଣ ନକରି କାର୍ଯ୍ୟ କରିବେ ବୋଲି ଜେଲ୍ କର୍ମଚାରୀମାନେ କହିଛନ୍ତି । ଭଦ୍ରକ ସବ୍ଜେଲରେ କର୍ମଚାରୀମାନେ କଳାବ୍ୟାଚ୍ ପିନ୍ଧିଛନ୍ତି । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ୱାର୍ଡର ଓ ଚିଫ୍ ୱାର୍ଡରଙ୍କ ଗ୍ରେଡ୍ ପେ ବୃଦ୍ଧି, ୨୦୧୨ମସିହାର ପୁରୁଣା ପଦୋନ୍ନତି ନିୟମଲାଗୁ ଓ ଉପଖଣ୍ଡ ସ୍ତରକୁ ବଦଳି ନିୟମର ପରିବର୍ତନ । ଖାଦ୍ୟଭତା ୪ଶହରୁ ୧୪ଶହ ଟଙ୍କାକୁ ବୃଦ୍ଧି ଓ ୧୩ମାସିଆ ଦରମା ବୃଦ୍ଧି ପାଇଁ ଦାବି ରହିଛି । ଦାବି ଗୁଡିକ ପୂରଣ ନହେଲେ ଆସନ୍ତା ୨୫ତାରିଖରୁ ଜେଲ୍ ଗେଟ୍ ସମ୍ମୁଖରେ ଜେଲ୍ କର୍ମଚାରୀମାନେ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଜରୁରୀକାଳୀନ ସ୍ଥିତି ହେଲେ ଛୁଟି ନେବେ ବୋଲି କହିଛନ୍ତି । ଦାବି ପୂରଣ ନହେବା ଯାଏଁ ଡ୍ୟୁଟି ସମୟରେ ଖାଦ୍ୟ ଗ୍ରହଣ ନକରି ଦାୟିତ୍ୱ ତୁଲାଇବେ ବୋଲି ଜେଲ୍ କର୍ମଚାରୀ-ରାଜେନ୍ଦ୍ର ବାରିକ ଓ ଉଦୟନାଥ ମହାନ୍ତ ସୂଚନା ଦେଇଛନ୍ତି ।