Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା କୋର୍ଟରେ ସଚେତନତା ଶିବିର

ଭଦ୍ରକ ଜିଲା କୋର୍ଟରେ ସଚେତନତା ଶିବିର

42

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ନଳାଙ୍ଗ ସ୍ଥିତ ଜିଲା କୋର୍ଟ ପରିସରରେ ପିଓଏସ୍‌ଏଚ୍ ଆକ୍ଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ଦୌରାଜଜ୍ ତଥା ଜିଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକ ଅଧ୍ୟକ୍ଷତା କରିଥିବାବେଳେ ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲ ପରିଚାଳନା କରିଥିଲେ । କାର୍ଯ୍ୟକ୍ଷେତ୍ରରେ ଯଦି ମହିଳାମାନେ ଯୌନ ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, କିପରି ତାହାର ପ୍ରତିକାର କରିବେ, ଏବଂ ସେ ସମ୍ବନ୍ଧିତ କଣ ଆଇନ୍‌ମାନ ଅଛି ତଥା ସୁପ୍ରିମକୋର୍ଟ ଓ ହାଇକୋର୍ଟ ଜାରି କରିଥିବା ବିଭିନ୍ନ ଅଧିନିୟମ, ରାୟ ଗୁଡିକକୁ ନେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ କର୍ମଚାରୀଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା କୋର୍ଟର ସମସ୍ତ ବିଚାରପତି ତଥା କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.