Home କଳାହାଣ୍ଡି ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ କଳାହାଣ୍ଡିରୁ ଲୋକାର୍ପିତ ହେଲା ୨୯ ଟି ହାଇସ୍କୁଲ

୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ କଳାହାଣ୍ଡିରୁ ଲୋକାର୍ପିତ ହେଲା ୨୯ ଟି ହାଇସ୍କୁଲ

94

ଭବାନୀପାଟଣା ୨୦/୧୧ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲାର ୨୯ଟି ରୂପାନ୍ତରିତ ହାଇସ୍କୁଲକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଭବାନୀପାଟଣାର ମାଣିକେଶ୍ୱରୀ ହାଇସ୍କୁଲ ପରସରରେ କଳାହାଣ୍ଡି ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୨୯ଟି ହାଇସ୍କୁଲକୁ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଥିଲେ। ଲୋକାର୍ପିତ ବିଦ୍ୟାଳୟ ଗୁଡ଼ିକ ହେଲା ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା, ମାଣିକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା, ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା, ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣଛେଣ୍ଡିଆ, ଧର୍ମଗଡ. ସରକାରୀ ଉଚ୍ଚ ବିଦ୍ୟାଳୟ, ଧର୍ମଗଡ଼, ଗ୍ରାମ ପଞ୍ଚାୟତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଫରଙ୍ଗ, ଗୋଲାମୁଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋଲାମୁଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ, ହୀରାପୁର, ଜୟପାଟଣା, ଉମାଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ, ଜୟପାଟଣା, ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟ, ମହିଚଲା, ଜୁନାଗଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼, ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, କଲମପୁର, ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜମରା, କଲମପୁର, ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଜବାହାଲ, କର୍ଲାମୁଣ୍ଡା, ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରିଷିଡ଼ା, କର୍ଲାମୁଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଣ୍ଡଲା, କେସିଙ୍ଗା, ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, କଶୁର୍‌ପଡ଼ା, କେସିଙ୍ଗା, ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା, .ଘାସିରାମ ଦୋରା ସରକାରୀ ଉଚ୍ଚ ବିଦ୍ୟାଳୟ, ବେଲ୍‌ଖଣ୍ଡି, କେସିଙ୍ଗା, ସରକାରୀ ଉଚ୍ଚ ବିଦ୍ୟାଳୟ, ଲଡ଼ୁଗାଁ, କୋକସରା, ଜବାହାର ସରକାରୀ ଉଚ୍ଚ ବିଦ୍ୟାଳୟ, କୋକସରା, ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଶ୍ୱନାଥପୁର, ଲାଞ୍ଜିଗଡ, ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଞ୍ଜିଗଡ଼ ରୋଡ଼, ଲାଞ୍ଜିଗଡ଼, ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, ମ. ରାମପୁର, ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ, ଅଲାତରା, ମ.ରାମପୁର, ପଞ୍ଚାୟତ ସମିତି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ନର୍ଲା, ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଲାପଡ଼ା, ନର୍ଲା, ସରକାରୀ ଉଚ୍ଚ ବିଦ୍ୟାଳୟ, ସିର୍‌ମସ୍କା, ଥୁ.ରାମପୁର, ସରକାରୀ ଉଚ୍ଚ ବିଦ୍ୟାଳୟ, ପାଡ଼େପଦର ଥୁ.ରାମପୁର।

ଏହି ବିଦ୍ୟାଳୟଗୁଡ଼ିକରେ ୨ଟି ଲେଖାଏଁ ସ୍ମାର୍ଟ କ୍ଲାସ୍‌, ଗୋଟିଏ ଇ-ଲାଇବ୍ରେରୀ, ଗୋଟିଏ ବିଜ୍ଞାନାଗାର, ଗୋଟିଏ ଲାଇବ୍ରେରୀ କରାଯାଇଛି। ଉଭୟ ବାଳକ ଓ ବାଳିକାମାନଙ୍କ ପାଇଁ ଅତ୍ୟାଧୁନିକ ଶୌଚାଳୟ, ଉଚ୍ଚଗୁଣ ସଂପନ୍ନ ପିଇବା ପାଣିର ବନ୍ଦୋବସ୍ତ କରାଯାଇଛି। ଖେଳପଡ଼ିଆର ବିକାଶ ସହ କ୍ରୀଡ଼ା ଉପକରଣର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ପରିସରକୁ ଅତ୍ୟନ୍ତ ମନୋରମ କରାଯାଇଛି। ବିଦ୍ୟାଳୟ ନବୀକରଣ ଫଳରେ ସ୍କୁଲଗୁଡ଼ିକ ସଂପ୍ରତି ଦର୍ଶନୀୟ ସ୍ଥାନରେ ପରିଣତ ହୋଇଛି।

୫ଟି ହାଇସ୍କୁଲ ରୂପାନ୍ତରଣ ଯୋଜନା ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକରେ ଉଭୟ ପରିବେଶ ଓ ଶୈକ୍ଷିକ ବାତାବରଣର ବିକାଶ ଘଟିଛି। ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ସମସ୍ତ ସୁବିଧା ସୁଯୋଗ ପାଇବା ସହ ଅତ୍ୟନ୍ତ ଆଧୁନିକ ଶୈଳୀର ଶିକ୍ଷାଗ୍ରହଣ କରିପାରିବେ।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାୟକ ତଥା ମନ୍ତ୍ରୀ ଯୋଗଦେଇଥିଲେ। ଶକ୍ତି, ଶିଳ୍ପ ଓ ଗୃହ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ଜନ ହିତକର କାର୍ଯ୍ୟର ପ୍ରଶଂସା କରିବା ସହ ୫ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ଡ଼.ଗାଭାଲି ପରାଗ ହର୍ଷଦ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଡ଼ିଆର୍ ଡ଼ିଏ ପିଡ଼ି ସୋମେସ୍ କୁମାର ଉପାଧ୍ୟାୟ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ନର୍ଲା ବିଧାୟକ ଭୂପିନ୍ଦର ସିଂହ, ଲାଂଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ କୁମୁଦିନୀ ବନ୍ଦୀଛୋଡ ବିଦ୍ୟାଳୟ ରୂପାନ୍ତର କୁ ନେଇ ନିଜ ମତ ରଖିଥିଲେ। ଗ୍ରାମାଂଚଳର ଗରୀବ ଅସହାୟ ଖଟିଖିଆ ବାପାମାଆଙ୍କ ଆଶା ପୂରଣ ଦିଗରେ ୫ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଆଶାର ଆଲୋକ ହୋଇ ଉଭା ହୋଇଛି ବୋଲି ସେ ତାଙ୍କ ଶିଶୁ ମସ୍ତିଷ୍କରେ ବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧ୍‌ôକାରୀ ସୁଶାନ୍ତ କୁମାର ଚୋପଦାର ଦୀର୍ଘ ଏକଦିନ ଧରି଼ ପ୍ରୟାସ ଜାରି ରଖିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନରେ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେହିପର କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍‌ଲାଲ ଦୁବେ କାର୍ଯ୍ୟକ୍ରମର ସଫଳତା ପାଇଁ ଅକ୍ଲାନ୍ତ ଉଦ୍ୟମ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଳହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମହେନ୍ଦ୍ର କୁମାର ପଣ୍ଡା, ପ୍ରକାଶ ନିଶଙ୍କ, ଭବାନୀ ସାହୁ, କୈଳାସ ବିଶି, ସୁକାନ୍ତ ସାହୁ ଓ ମାଣିକେଶ୍ୱରୀ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.