Home ଅନୁଗୁଳ ୫ଟି ସଚିବଙ୍କୁ ସାକ୍ଷାତ କଲେ ତାଳଚେର ନଗରପାଳ

୫ଟି ସଚିବଙ୍କୁ ସାକ୍ଷାତ କଲେ ତାଳଚେର ନଗରପାଳ

17

ତାଳଚେର, ୧୩/୪ (ଓଡ଼ିଆ ପୁଅ) : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଳଚେର ପୌର ପରିଷଦର ୨ୟ ଥର ପାଇଁ ନଗରପାଳ ଭାବେ ନିର୍ବାଚିତ ହୋଇଥିବା ପବିତ୍ର ଭୁତିଆ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଯେଉଁ ଭରସା କରି ସାଧାରଣ ଭୋଟର ବହୁମତ ଦେଇ ବିଜୟୀ କରିଛନ୍ତି, ସେମାନଙ୍କ ସେବାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାସହ ଗରିବ ଲୋକମାନଙ୍କ ପାଇଁ ସରକାର ପ୍ରଣୟନ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସଠିକ୍ ରୁପାୟନ କରିବା ପାଇଁ ଶ୍ରୀ ପାଣ୍ଡିଆନ ନବ ନିର୍ବାଚିତ ନଗରପାଳଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆଗାମୀ ଦିନରେ ସହରର ବିଭିନ୍ନ ସମସ୍ୟାକୁ ସମାଧାନ କରି କିଭଳି ବିକାଶର ଧାରାକୁ ଆଗେଇ ନେଇ ହେବ ସେଥିପାଇଁ ନକ୍ସା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ନଗରପାଳ ଶ୍ରୀ ଭୁତିଆ ତାଳଚେର ସହରକୁ ସରସ ସୁନ୍ଦର କରିବାପାଇଁ ନିଜେ ସଙ୍କଳ୍ପବଦ୍ଧ, ତେଣୁ ସାଧାରଣ ଲୋକେ ଯେଉଁ ଆଶା ରଖି ନିର୍ବାଚନରେ ବହୁମୁଲ୍ୟ ଭୋଟ ଦେଇଛନ୍ତି, ତାହାକୁ ସାକାର କରିବା ତାଙ୍କର ଲକ୍ଷ୍ୟ ବୋଲି ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ। ଭୁବନେଶ୍ୱରରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ବେଳେ ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିଲେ। ଆଜିର ଏହି ସାକ୍ଷାତ ଓ ସଚିବ ଶ୍ରୀ ପାଣ୍ଡିଆନଙ୍କ ଗୁରୁମନ୍ତ୍ର ଉଭୟ ନଗରପାଳ ଶ୍ରୀ ଭୁତିଆ ଉପନଗରପାଳ ସୁଶ୍ରୀ ପ୍ରଧାନଙ୍କୁ ଅଧିକ ଉତ୍ସାହିତ କରିଛି ବୋଲି ନଗରପାଳ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.