Home ଜିଲ୍ଲା ପରିକ୍ରମା ୫ଟି ବିଦ୍ୟାଳୟ ଆଗରେ ଥିବା ବିଦେଶୀ ମଦ ଦୋକାନରେ ମଦ୍ୟପଙ୍କ ଦୌରାତ୍ମ୍ୟ, ମଦ ଦୋକାନ ସ୍ଥାନନ୍ତରଣ,...

୫ଟି ବିଦ୍ୟାଳୟ ଆଗରେ ଥିବା ବିଦେଶୀ ମଦ ଦୋକାନରେ ମଦ୍ୟପଙ୍କ ଦୌରାତ୍ମ୍ୟ, ମଦ ଦୋକାନ ସ୍ଥାନନ୍ତରଣ, କର ଅବା ମର ପରିସ୍ଥିତି ପାଇଁ ବିଭାଗୀୟ ଅଧିକାରୀ ଦାୟୀ ଚେତାବନୀ

35

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ମଦ୍ୟପଙ୍କ ଦୌରାତ୍ମ୍ୟରେ ଶିକାର ହେଉଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ। ଗୋଟିଏ ପଟରେ ରାଜ୍ୟ ସରକାର ବହୁ ପୁରାତନ ବିଦ୍ୟାଳୟକୁ ୫ଟିରେ ଅର୍ନ୍ତଭୁକ୍ତ କରାଇବା ସହ ବିଦ୍ୟାଳୟର ଭିତ୍ତିଭୂମ ଏବଂ ଶିକ୍ଷାର ପରିପ୍ରକାଶ କରୁଥିବା ବେଳେ ଅନ୍ୟ ପଟରେ ଏହି ୫ଟି ବିଦ୍ୟାଳୟ ଆଗରେ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିବା ସାଧାରଣ ଜନତାଙ୍କୁ ଅତିଷ୍ଠ କରି ପକାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକନନ୍ଦ ଉଚ୍ଚ ବିଦ୍ୟାପୀଠ ୧୯୯୨ ମସିହାରେ ସ୍ଥାପିତ ହୋଇଥିଲା। ଏହି ବିଦ୍ୟାଳୟଟି ଏକ ସୁସଂଗଠିତ ବିଦ୍ୟାଳୟ ହୋଇଥିବା ବେଳେ ଏହି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ବହୁ ଗୁରୁତ୍ୱ ଦିଆଯାଇଥାଏ ବୋଲି ଜଣାଯାଇଛି। ମାତ୍ର ସବୁଠାରୁ ଦୁଃଖ ଏବଂ ଶୋଚନୀୟ ବିଷୟ ଏହିକିଯେ ଏହି ବିଦ୍ୟାଳୟ ଗେଟ ଆଗରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ୨୦୨୧-୨୨ ମସିହାରେ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ କରିବାକୁ ଲାଇସେନସ୍ ପ୍ରଦାନ କରିଛନ୍ତି। ଏହି ଲାଇସେନ୍ସ ପାଇବା ପରେ ସଂପୃୃକ୍ତ ଦୋକାନର ମାଲିକ ଏହି ବିଦ୍ୟାଳୟ ଆଗକୁ ନିଜର ସୁରକ୍ଷିତ ସ୍ଥାନ ମଣିବା ସହ ଜଳାଶୟ କିସମ ସ୍ଥାନରେ ଏହି ମଦ ଦୋକାନ ଖୋଲିବାକୁ ଆଗଭର ହୋଇ ବିଭିନ୍ନ ଜାଲ କାଗଜପତ୍ର ପ୍ରଦାନ କରିବା ସହ ଜଳାଶୟ କିଷମକୁ ଘରବାରି ବୋଲି ଦର୍ଶାଇ ଏହି ସ୍ଥାନରେ ମଦ ଦୋକାନ ଖୋଲି ଦେଲେ। ଦୀର୍ଘ ୧ବର୍ଷ ହେବ ଏହି ସ୍ଥାନରେ ମଦ ଦୋକାନ ଖୋଲିବା ପରଠାରୁ ସଂପୃକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମିବାରେ ଲାଗିଛି।

ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମଦ୍ୟପଙ୍କ ଶିକାର ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପରିବାର ଆଉ ସେମାନଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଅନୁମତି ଦେଉ ନାହାନ୍ତି। ଫଳରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ପିଲା ମାନଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇ ଗଲାଣି। ଏହି ସମସ୍ତ କଥାକୁ ନେଇ ସ୍ଥାନୀୟ ଅଧିବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ରାଜ୍ୟ ଅବକାରୀ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ ଏହି ମଦ ଦୋକାନକୁ ବନ୍ଦ କରିବାକୁ ଅଡି ବସିଛନ୍ତି। ଇତି ମଧ୍ୟେôର ଏହି ମଦ ଦୋକାନକୁ ବନ୍ଦ କରିବା ପାଇଁ ସେସଡୋ ନାମକ ଏକ ବେସରକାରୀ ସଙ୍ଗଠନ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ଏହି ମଦ ଦୋକାନ ଖୋଲିଥିବା ଲୋକ ଜଣକ କିପରି ଜାଲ କାଗଜପତ୍ର ଦେଖାଇ ଜଳାଶ୍ରୟ କିସମ ସ୍ଥାନରେ ଘରକରି ପୁନଶ୍ଚ ମଦ ଦୋକାନ ଖୋଲିଲେ ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ବର୍ତମାନ ଦୋକାନ ଖୋଲିଥିବା ମାଲିକ ନିଜର ଦବଦବା ଜାରୀ ରଖିବା ସହ ଅବକାରୀ ବିଭାଗର ଇନ୍ସପେକ୍ଟରଙ୍କୁ ନିଜର ହାତ ବାରିସୀ କରି ଏହି ଜାଲ କାଗଜପତ୍ର ଦେଖାଇ ଏହି ଦୋକାନ ଖୋଲିଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାଯାଇଛି। ଅନ୍ୟ ପକ୍ଷରେ ଚାନ୍ଦବାଲି ର ଏକ ହୋଟେଲରେ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନେଇ ଲାଂଚ ଦେଉଥିବା କଥା ଏବେ ଭିଡିଓ ଭାଇରାଲ ହେବାରେ ଲାଗିଛି। ତୁରନ୍ତ ଏହି ମଦ ଦୋକାନକୁ ବନ୍ଦ କରିବା ସହ ଜାଲ କାଗଜପତ୍ର ଦେଇ ଏହି ଦୋକାନ ପାଇଁ ଲାଇସେନ୍ସ ହାତେଇଥିବା ମାଲିକଙ୍କୁ ତୁରନ୍ତ ଗିରଫ କରିବାକୁ ସର୍ବସାଧାରଣରେ ଦାବି ହୋଇଛି। ନଚେତ କର ଅବା ମର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ଅଂଚଳବାସୀ ଦାୟୀ ରହିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.