ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ସୋହଡ଼ା ପଂଚାୟତ ଗୌରାଙ୍ଗପୁର ଜୟନ୍ତରା ରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭବ୍ୟ ନବକଳେବର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ସେଶ ପର୍ଯ୍ୟାୟରେ ପହଂଚିଛି। ଉତ୍ସବକୁ ଭବ୍ୟ ରୂପେ ପାଳନ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କମିଟି ପକ୍ଷରୁ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଚଳିତ ମାସ ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ। ଆୟୋଜିତ ୨୪ ତାରିଖରେ ବେଦୀ ପ୍ରସ୍ତୁତି, ମଣ୍ଡଳ ରଚନା ଓ ୨୪ ପ୍ରହରୀ ନାମ ସଙ୍କୀର୍ତନର ସୁଭାଧିବାସ କାର୍ଯ୍ୟକ୍ରମ ରହିଛି। ୨୫ ତାରିଖରେ ମହିଳାମାନଙ୍କ ଦ୍ୱାରା ୧୦୮ କଳସ ସୁଭଯାତ୍ରା ଅନୁଷ୍ଠିତ ହେବା ସହିତ ଶ୍ରୀ ଚୈତନ୍ୟଙ୍କ ନାମରେ ପୁସ୍ତକ ଉନ୍ମୋଚନ, ଯଜ୍ଞାରମ୍ଭ ଓ ଅଙ୍କୁର ପୂଜା କାର୍ଯ୍ୟ ସମ୍ପନ୍ନ ହେବ। ୨୬ ତାରିଖରେ ନୂତନ ବିଗ୍ରହ ର ପ୍ରାଣ ପ୍ରତିଷ୍ଠା, ବୈଷ୍ଣବ ସମ୍ମିଳନୀ ଓ ପୁରୁଣା ବିଗ୍ରହଙ୍କ ପାତାଳୀ କାର୍ଯ୍ୟ ହେବ। ୨୭ ତାରିଖରେ ଯଜ୍ଞ ପୂର୍ଣ୍ଣାହୁତି ଓ ୨୮ ତାରିଖରେ ସାଧୁ, ସନ୍ଥ ସମ୍ମିଳନୀ, ନଗର ପରିକ୍ରମା ସହିତ ଉତ୍ସବର ସମାପନ ହେବ। ପ୍ରକାଶ ଥାଉକି ପ୍ରାୟ ୪୦୦ ବର୍ଷ ପୂର୍ବରୁ ଏହି ମଠରେ ଚୈତନ୍ୟ ମହାପ୍ରଭୁଙ୍କ ବିଗ୍ରହର ପୂଜାର୍ଚ୍ଚନା ହୋଇଆସୁଥିଲା। ଦୀର୍ଘବର୍ଷ ଧରି ବିଗ୍ରହ ନଷ୍ଟ ହୋଇ ଯାଇଥିବାରୁ ଅଂଚଳବାସୀଙ୍କ ପକ୍ଷରୁ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଏହି ମହାନୁଷ୍ଠାନର ଆୟୋଜନ କରାଯାଇଛି। ଇତିହାସ ଅନୁସାରେ ୧୫୨୬ ମସିହାରେ ସ୍ଥାନୀୟ ବଂଶୀଧର ଗୋସ୍ୱାମୀଙ୍କ ଦ୍ୱାରା ଚୈତନ୍ୟ ମଠଟି ସ୍ଥାପିତ ହୋଇଥିଲା। ପୁରୀ ଯାତ୍ରା ସମୟରେ ଚୈତନ୍ୟ ମହାପ୍ରଭୁ ଏଠାରେ ବିଶ୍ରାମ ନେଇଥିବାରୁ ଏହା ‘ଚୈତନ୍ୟ ମଠ’ ନାମରେ ପରିଚିତ ହୋଇଥିଲା। ଗୌରାଙ୍ଗ ଦେବଙ୍କ ନାମାନୁସାରେ ଗ୍ରାମଟି ‘ଗୌରାଙ୍ଗପୁର’ ଭାବେ ପରିଚିତ। ଆଜିର ପ୍ରସ୍ତୁତି ବୈଠକରେ ଘନଶ୍ୟାମ ଦାସ ଗୋସ୍ୱାମୀ, ବିନୋଦ ନାୟକ, କୁଳମଣି ବେହେରା, ମନୋରଞ୍ଜନ ମହାପାତ୍ର, ହରିହର ଦାଶ, ସନ୍ତୋଷ ଦାଶ ଅଧିକାରୀ, ବିଜୟ ଦାଶ, ତପନ କୁମାର ଦାଶ, ଦଶରଥ ଦାଶ, ଚିନ୍ମୟ ଦାଶ, ସୁରେନ୍ଦ୍ର ଦାଶ ସହ ଅନ୍ୟମାନେ ଉପସ୍ଥିତ ଥିଲେ।








