Home ଜିଲ୍ଲା ପରିକ୍ରମା ୪ ରୁ ଆରମ୍ଭ ହେବ ନଟରାଜ ନାଟ୍ୟ ଅଂନୁଷ୍ଠାନର ନାଟ୍ୟ ମହୋତ୍ସବ

୪ ରୁ ଆରମ୍ଭ ହେବ ନଟରାଜ ନାଟ୍ୟ ଅଂନୁଷ୍ଠାନର ନାଟ୍ୟ ମହୋତ୍ସବ

3

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୪ ରୁ ଆରମ୍ଭ ହେଉଛି ଭଦ୍ରକର ଅଗ୍ରଣୀ ନାଟ୍ୟ ଅଂନୁଷ୍ଠାନ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାବିଂଶ ତମ ନାଟ୍ୟ ମହୋତ୍ସବ ଚାରି ଦିନ ବ୍ୟାପି ହେବାକୁ ଥିବାବେଳେ ଏହି ନାଟ୍ୟ ମହୋତ୍ସବ ରେ ଆୟୋଜକ ଭଦ୍ରକର ଅଗ୍ରଣୀ ନାଟ୍ୟ ଅଂନୁଷ୍ଠାନ ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ଉଦ୍ଘାଟନୀ ଦିବସ ରେ ତାର ନାଟକ ” ଜଣେ ରାଜା ଥିଲେ ” ନାଟକ ପରିବେଷଣ କରିବ। ସେହିପରି ୫ ତାରିଖ ରେ ବାରିପଦା ର ନାଟ୍ୟ ଅଂନୁଷ୍ଠାନ ରୂପାନ୍ତର ତରଫରୁ ନାଟକ “ଅପଦାର୍ଥ ” ପରିବେଷଣ କରିବେ ୬ ତାରିଖ ରେ ରାଉଲକେଲା ର ନାଟ୍ୟ ସଂସ୍ଥା ସ୍ପନ୍ଦନ ତାର ନାଟକ “ଜନ୍ମମାଟି ” ପରିବେଷଣ କରିବେ ଅନ୍ତିମ ଉଦଯାପନୀ ଦିବସ ରେ ଭୁବନେଶ୍ୱର ର ନାଟ୍ୟ ସଂସ୍ଥା ବିଦ୍ୟା କନକ ତାର ବହୁ ଚର୍ଚିତ ନାଟକ “କୁହୁଡି” ପରିବେଷଣ କରିବେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀ କୁ ନଟରାଜ ନାଟ୍ୟ ଅଂନୁଷ୍ଠାନ ର ସଭାପତି ନାଟ୍ୟକାର ଡ଼ା ସୁଧାଂଶୁ ନାୟକ ସଭାପତିତ୍ୱ କରି ସମସ୍ତ ସୂଚନା ପ୍ରଦାନ କରିବା ସହ ଭଦ୍ରକ ରେ କିପରି ନାଟକ କୁ ନଟରାଜ ଅଂନୁଷ୍ଠାନ ଜୀବିତ ରହିଛି ଆଗାମୀ ଦିନରେ କିପରି ନାଟକ କୁ ଲୋକେ ଆହୁରି ଭଲ ପାଇବେ ଯୁବପିଢୀ କିପରି ନାଟକକୁ ଭଲ ପାଇବେ ସେ ନେଇ ଆଲୋଚନା କରିଥିଲେ। ନାଟକ ମାଧ୍ୟମରେ ସମାଜକୁ କିପରି ସାମାଜିକ ବାର୍ତା ଦିଆଯାଏ ବୋଲି କହିଥିଲେ। ଭଦ୍ରକ ରେ ନାଟକ ମଂଚ ପାଇଁ ଏକ ଭଲ ଅଡ଼ିଟୋରୀୟମ ନଥିବା ନେଇ କହିଥିଲେ ଶ୍ରୀ ନାୟକ। ସେହିପରି ନାଟ୍ୟ ସଂସ୍ଥା ର ଉପ ସଭାପତି ଶିବ ପ୍ରସାଦ ମହାନ୍ତି ଏହି ଚାରିଦିନ ଧରି ହେବାକୁ ଥିବା ନାଟକ କୁ କିପରି ଲୋକ ଲୋଚନ କୁ ଯାଇପାରିବ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ। କାରଣ ଗଣମାଧ୍ୟମ ର ଲେଖନୀ ମାଧ୍ୟମ ରେ ଲୋକଙ୍କ ପାଖରେ ନାଟକ ମାଧ୍ୟମରେ ବାର୍ତା ପହଂଚିଥାଏ। ବର୍ତମାନ ଅନଲାଇନ ସମୟରେ ନାଟକ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କରିହେବ ସେ ନେଇ ଆଲୋଚନା କରିଥିଲେ। ସେହିପରି ନଟରାଜ ସାଂସ୍କୃତିକ ଅଂନୁଷ୍ଠାନ ର ନାଟକ ଜଣେ ରାଜା ଥିଲେ ନାଟକ ର ନିର୍ଦେଶକ ଲଲାଟେନ୍ଦୁ ମହାନ୍ତି ନାଟକ ବାବଦରେ ସୂଚନା ପ୍ରଦାନ କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ନଟରାଜ ନାଟ୍ୟ ଅଂନୁଷ୍ଠାନ ସଭାପତି ନାଟ୍ୟକାର ଡ଼ ସୁଧାଂଶୁ ଶେଖର ନାୟକ, ସମ୍ପାଦକ ଦେବବ୍ରତ ମହାନ୍ତି,ନାଟ୍ୟ ଅଂନୁଷ୍ଠାନ ର ସଦସ୍ୟ କମଳ ଲୋଚନ ପଣ୍ଡା, ନିର୍ମଳ ପରିଡା, ମନୋଜ ମହାପାତ୍ର,ବୃନ୍ଦାବନ ସାହୁ, ଶୁଭେନ୍ଦୁ ବେହେରା, ଭବେଶ ସାହୁ, ପ୍ରଦୀପ ସାହୁଙ୍କ ସମେତ ଅନ୍ୟ କଳାକାର ମାନେ ଉପସ୍ଥିତ ଥିଲେ। ନାଟ୍ୟ ଅଂନୁଷ୍ଠାନ ତରଫରୁ ଚଳିତ ବର୍ଷ ଦର୍ଶକ ଙ୍କ ପାଇଁ ଏକ ଉପହାର ରହିଛି ଯେଉଁ ଦର୍ଶକ ମାନେ ନାଟକ ଦେଖିବାକୁ ଆସିବେ ତାଙ୍କ ମଧ୍ୟରୁ ଲକି ଡ୍ର ମାଧ୍ୟମରେ ଜଣକୁ ନାଟ୍ୟ ଅଂନୁଷ୍ଠାନ ତରଫରୁ ପୁରସ୍କୃତ କରାଯିବା ନେଇ ସୂଚନା ଦେଇଛନ୍ତି। ଭଦ୍ରକ ରେ ନାଟକ ପରିବେଷଣ ପାଇଁ ଗୋଟେ ଭଲ ଅଡିଟୋରୀୟମ ନିର୍ମାଣ ପାଇଁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.