Home ଜାତୀୟ ୪ ବର୍ଷରେ ଗରିବଙ୍କ ପାଇଁ କରିଛୁ ୧.୨୫ କୋଟି ଘର – ନରେନ୍ଦ୍ର ମୋଦୀ

୪ ବର୍ଷରେ ଗରିବଙ୍କ ପାଇଁ କରିଛୁ ୧.୨୫ କୋଟି ଘର – ନରେନ୍ଦ୍ର ମୋଦୀ

1623

୨,୪୪,୪୪୪ ଲାଭାର୍ଥୀଙ୍କୁ ପ୍ରଦାନ କରାଗଲା ଘର ଚାବି

ଭୁବନେଶ୍ୱର;୧୯,ଅକ୍ଟୋବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିରିଡ଼ି ସାଇ ମନ୍ଦିର ଯିବା ଅବସରରେ ମନ୍ଦିର ଦର୍ଶନ ଏବଂ ମନ୍ଦିର କାର୍ଯ୍ୟକ୍ରମ ସାରିବା ପରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ଲାଭର୍ଥୀ ମାନଙ୍କୁ ଘର ଚାବି ପ୍ରଦାନ କରିଥିଲେ।ଏହି ଅବସରରେ ମୋଦୀ ନିଜ ସରକାରର ବିଭିର୍ଣ୍ଣ ଉପଲବ୍ଧି ଗୁଡିକୁ କହିବା ସହ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ ପୂର୍ବ ସରକାର ଗରୀବଙ୍କ ପାଇଁ ଅନ୍ତିମ ୪ ବର୍ଷ ଭିତରେ ମାତ୍ର ୨୫ ଲକ୍ଷ ଘର ବନାଇ ପାରିଥିଲେ।ଯେତେବେଳେ କି ବିଜେପି ନେତୃତ୍ୱଧୀନ ଏନଡିଏ ସରକାର ସେହି ସମୟ ସୀମା ଭିତରେ ଗରିବଙ୍କ ପାଇଁ ୧.୨୫ କୋଟି ଘର ବନାଇ ପାରିଛି।ଏହି ଅବସରରେ ମୋଦି କହିଥିଲେ ଯେ ପୂର୍ବ ସରକାର ଗରିବଙ୍କ ପାଇଁ ଆଦୌ ଚିନ୍ତିତ ନଥିଲେ, ଯେତେବେଳେ କି ଗରିବ ପରିବାର ଗୁଡିକର ଉତ୍ଥାନ ଆମ ସରକାରର ମୂଳ ଉଦ୍ଦେଶ୍ୟ।ଏହି ଅବସରରେ ୨,୪୪,୪୪୪ ଲାଭାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ଘର ଚାବି ପ୍ରଦାନ କରାଯାଇଛି।ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡିଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.