Home Top News ନୂଆ ବର୍ଷ ପୂର୍ବରୁ କର୍ମଚାରୀଙ୍କୁ ଭେଟି : ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ମଞ୍ଜୁର

ନୂଆ ବର୍ଷ ପୂର୍ବରୁ କର୍ମଚାରୀଙ୍କୁ ଭେଟି : ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ମଞ୍ଜୁର

300

ଭୁବନେଶ୍ବର ୩୦-୧୨ (ଓଡ଼ିଆ ପୁଅ) ନୂଆ ବର୍ଷ ପୂର୍ବରୁ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଫଳରେ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ। ଏ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାରି ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ଓ TI ମଞ୍ଜୁର କରିଛନ୍ତି।

ଏହା ଜୁଲାଇ ପହିଲା ୨୦୨୨ ରୁ ଏହା ପିଛିଲା ଭାବେ ଲାଗୁ ହେବ। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪%ବୃଦ୍ଧି କରିଛନ୍ତି ସରକାର। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪%ରୁ ୩୮%କୁ ବୃଦ୍ଧି ପାଇଛି। ସେହିପରି ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀଙ୍କ ଟି.ଆଇରେ ମଧ୍ୟ ୪% ବୃଦ୍ଧି କରାଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ସାଢ଼େ ତିନି ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.