Home ଜିଲ୍ଲା ପରିକ୍ରମା ୪ ଦିନ ଧରି ଦିଆଯାଉନି ମଧ୍ୟାହ୍ନ ଭୋଜନ

୪ ଦିନ ଧରି ଦିଆଯାଉନି ମଧ୍ୟାହ୍ନ ଭୋଜନ

26

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଂଚାୟତର ଜଗନ୍ନାଥପୁର ନାରାୟଣ ଚନ୍ଦ୍ର ନୋଡାଲ ବିଦ୍ୟାଳୟର ୪ ଦିନ ଧରି ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ। ଫଳରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୧୧ ଛାତ୍ରୀଛାତ୍ର ଭୋକରେ ରହିବା ସହ ମାନସିକ ଯନ୍ତ୍ରଣାର ପାଠ ପଢିପାରୁ ନାହାନ୍ତି। ସୂଚନା ଅନୁଯାୟୀ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଥିବା ଦାମୋଦର ଜୀଉ ସଙ୍ଗଠନ ଗତ ୧୮ ତାରିଖରେ ଖାଦ୍ୟ ନେଇଥିବା ବେଳେ ଖାଦ୍ୟରେ କେଚଣ୍ଡୀ ବାହାରିଥିଲା। ଯାହାକୁ ଦେଖି ଛାତ୍ରୀଛାତ୍ର ଖାଦ୍ୟ ଖାଇ ନଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଉକ୍ତ ସଂସ୍ଥାକୁ ଖାଦ୍ୟ ଆଉ ବିଦ୍ୟାଳୟ କୁ ନଦେବା ପାଇଁ କହିଥିଲେ। ଘଟଣାକୁ ନେଇ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସେଠୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ହେଲେ ଶୁକ୍ରବାର ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇନାହିଁ। ଏନେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୀୟ ମହାଳିକ କହନ୍ତି ଶନିବାର ଠାରୁ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନଶିକ୍ଷକ ମିଳିତ ଭାବେ ଦାୟିତ୍ୱ ନେଇ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେବେ। ଜିଲା ଶିକ୍ଷା ଅଧିକାରୀଙ୍କ ଠାରୁ କୌଣସି ନିର୍ଦ୍ଦେଶ ଆସିବ ପର୍ଯ୍ୟନ୍ତ ଏହା ଚାଲୁ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.