Home ଜିଲ୍ଲା ପରିକ୍ରମା ୪୯ତମ ରାଜ୍ୟସ୍ତରୀୟ ଉପ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ ଦଳ ଘୋଷିତ

୪୯ତମ ରାଜ୍ୟସ୍ତରୀୟ ଉପ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ ଦଳ ଘୋଷିତ

21

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱରର ୟୁନିଟ ୧ ଠାରେ ଆରମ୍ଭ ହେବାକୁ ଯାଉଥିବା ୪୯ତମ ରାଜ୍ୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଟି ୨୯ ମଇ ରୁ ଆରମ୍ଭ ହୋଇ ୧ କୁନ୍ ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ତାର ୧୨ ଜଣ ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ଦଳକୁ ଜିଲ୍ଲା ଆଥଲେଟିକ୍ ସଂଘର ସଂପାଦକ ଧିରେନ୍ ପଲାଇ , ବାସ୍କେଟବଲ କୋଟ୍ ମନୋଜ କୁମାର ସାହୁ , କ୍ରିଡା ଶିକ୍ଷକ ରବି ନାରାୟଣ ଓଝା ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା କ୍ରିଡା ଅଧିକାରୀ ତଥା ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ୟାମଲ୍ କୁମାର ରାଏ ,ସ୍ୱତନ୍ତ୍ର କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଖେଳାଳୀ ମାନଙ୍କୁ ଭେଟି ସେ କିପରି ରାଜ୍ୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।ଏହି ଦଳ ସହିତ ମନୋଜ କୁମାର ସାହୁ କୋଚ୍ ଓ ମ୍ୟାନେଜର ଭାବରେ ସିଦ୍ଧାର୍ଥ କୁମାର ମହାନ୍ତି ଯାତ୍ରା କରୁଛନ୍ତି । ଖେଳାଳୀ ଙ୍କ ନାମ — ରୁଦ୍ର ନାରାୟଣ ପଣ୍ଡା, ବରୁଣ କୁମାର ସାହୁ,ତନ୍ମୟ ପ୍ରଧାନ , ଆୟୁଷ କୁମାର , ଶ୍ରିୟାଂସ କୁମାର ଦାସ, ସତ୍ୟଜିତ ସେଠୀ, ସିତାରାମ ନାୟକ ,ଜ୍ୟୋତିପ୍ରକାଶ ବାରିକ ,ରିଷବ କୁମାର ସେଠୀ, ଅସ୍ମିତ ମହଲା, ଶୁଭ୍ରାଂଶୁ ମହଲା ,ଅଭିଜିତ ସାହୁ ପ୍ରମୁଖ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.