ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିହାରର ଜାହାନାବାଦ୍ ଷ୍ଚାଡ଼ିୟମରେ ହେବାକୁ ଯାଉଥିବା ୪୬ତମ ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ୨୬ ମାର୍ଚ୍ଚରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ୧୮ ଜଣିଆ ବାଳକ ଖେଳାଳୀଙ୍କ ନାମ ଘୋଷଣା କରିଛି । ଏହି ବାଳକ ଦଳରେ ଭଦ୍ରକ ଜିଲ୍ଲାରୁ ଶକ୍ତି ରଞ୍ଜନ ପରିଡ଼ା ଓ ବିଶ୍ୱଜିତ୍ ନାୟକ ସ୍ଥାନ ପାଇଛନ୍ତି । ଶକ୍ତିଙ୍କ ଘର ଭଣ୍ଡାରୀପୋଖରୀ ଗ୍ରାମରେ ହୋଇଥିବା ବେଳେ ସେ ବର୍ତମାନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଭଣ୍ଡାରୀପୋଖରୀରେ ପଢୁଥିବା ବେଳେ ବିଶ୍ୱଜିତଙ୍କ ଘର ମିରହସନ୍ ପୁର ଚିଙ୍ଗୁଡି ପୁର ଗ୍ରାମରେ। ସେ ବର୍ତମାନ ବାରିକପୁର କଲେଜରେ +୨ କଳାରେ ଅଧ୍ୟୟନ କରୁଅଛନ୍ତି । ତାଙ୍କର ଏହି ସଫଳତା ନିମନ୍ତେ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଦୀପକ କୁମାର ମୁଦୁଲି ,ବାରିକ୍ ପୁର +୨ କଲେଜର ଅଧ୍ୟକ୍ଷ ଆଦିତ୍ୟ କୁମାର ଜେନା , ଭଦ୍ରକ ଜିଲ୍ଲା ହେଣ୍ଡବଲ୍ ସଂଘ ର ସଂପାଦକ ସିରାଜୁଦିନ୍ ଖାନ୍ , କୋଚ୍ ଏସ କେ ଗୋଲାପ, କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।
Home ଜିଲ୍ଲା ପରିକ୍ରମା ୪୬ ତମ ଜାତୀୟ ସ୍ତରୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଶକ୍ତି ଓ...