Home ଜିଲ୍ଲା ପରିକ୍ରମା ୪୩ତମ ସଡକ ସୁରକ୍ଷା ସମିତି ବୈଠକ

୪୩ତମ ସଡକ ସୁରକ୍ଷା ସମିତି ବୈଠକ

16

ଭଦ୍ରକ, ୩୦ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୧୦ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ଅଧ୍ୟକ୍ଷତା ରେ ୪୩ ତମ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲାପାଳ ଶ୍ରୀ ରାଉତରାଏଙ୍କ ସହିତ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା, ପରିବହନ ଅଧିକାରୀ, ନିର୍ବାହୀ ଅଧିକାରୀ , ରାଜପଥ ପ୍ରାଧିକରଣ ଅଧିକାରୀ, ପୋଲିସ ଅଧିକାରୀ, କମିଟି ର ସକ୍ରିୟ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ସଡ଼କ ସୁରକ୍ଷା ଉପରେ ଥିବା ମୋଟ ୧୫ ଟି ସମସ୍ୟା ଉପରେ ଆଲୋଚନା ହୋଇଥିଲା। ରାଜପଥ ଉପରେ ଥିବା ହୋର୍ଡିଂର ଆକାର ବଡ଼ କରିବା, ରାଜପଥରେ ଥିବା ଗତି ଅବୋରୋଧକର ନିୟମ ଅନୁଯାୟୀ ସୂଉଚ୍ଚ ଓ ରଙ୍ଗ ହେବ। ୧୮ ବର୍ଷରୁ କମ ବୟସ ପିଲାମାନେ କିପରି ଗାଡ଼ି ନ ଚଲାଇବେ ସେଥି ପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା, ପାଦଚଲା ରାସ୍ତା, ଓଭରର୍ବ୍ରିଜ୍ ଅବରୋଧ ନ କରିବା, ପ୍ରତି ପ୍ରମୁଖ ଛକରେ ସିସିଟିଭିର ସ୍ଥାପନ କରିବା,ରାସ୍ତାରୁ ଗାଈଗୋରୁ ହଟାଇବା, ଆଦି ବିଷୟରେ ଆଲୋଚନା ହୋଇଥିଲା। ସମାଜସେବୀ ରୋଟ।ରିଆୟାନ ଅତିସ ବେହେରା ସଡ଼କ ସୁରକ୍ଷା ପାଇଁ ଥିବା ନିୟମାବଳୀ କୁ କଡାକଡି କାର୍ଯ୍ୟକାରୀ କରିବାକୁ ଦୃଢ଼ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.