Home ଜିଲ୍ଲା ପରିକ୍ରମା ୪୦ବର୍ଷ ଭିନ୍ନକ୍ଷମ ଝିଅର ଆଶାବାଡି ସାଜିଛନ୍ତି ୮୦ବର୍ଷର ବୃଦ୍ଧ ପିତାମାତା, ସରକାରୀ ସହାୟତା ପାଇଁ ଆକୁଳ...

୪୦ବର୍ଷ ଭିନ୍ନକ୍ଷମ ଝିଅର ଆଶାବାଡି ସାଜିଛନ୍ତି ୮୦ବର୍ଷର ବୃଦ୍ଧ ପିତାମାତା, ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

8

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭିନ୍ନକ୍ଷମ ଝିଅ ପାଇଁ ସରକାରୀ ସୁବିଧା ସାତ ସପନପାଲଟିଛି। ୪୦ବର୍ଷ ବୟସ ର ଜନ୍ମରୁ ଭିନ୍ନକ୍ଷମ ଝିଅର ଆଶାବାଡି ସାଜିଛନ୍ତି ୮୦ବର୍ଷର ବୃଦ୍ଧ ପିତା ମାତା। ଭାଗ୍ୟକୁ ଆଦରି ଭିନ୍ନକ୍ଷମ ଝିଅକୁ ଧରି ବାହୁନି ବାହୁନି କାନ୍ଦୁଛି ଜନ୍ମଦାତ୍ରୀ ମା। ପରିଣତ ବୟସରେ ବୃଦ୍ଧ ବାପା ପରର ମୁଲ ଲାଗି ଯା ଆଣନ୍ତି ସେଥିରେ ଓଳିଏ ଖାଇଲେ ୨ଓଳି ଓପାସ ରହୁଛନ୍ତି ଏହି ପରିବାର। ବୃଦ୍ଧ ଦମ୍ପତିଙ୍କ ଦୁଇଟି ପୁଅ ଥିଲେ ମଧ୍ୟ୍ୟ ସେମାନେ ଏ ବୟସରେ ବୃଦ୍ଧ ବାପମା ଏବଂ ଭିନ୍ନ କ୍ଷମ ଭଉଣୀ କୁ ହାତଛାଡି ଚାଲି ଯାଇଛନ୍ତି। ଦିନରେ ଓଳିଏ ଖାଇଲେ ଆରଓଳି ଉପାସ ରହିବାକୁ ପଡୁଛି।ଆଖିର ଲୁହକୁ ଓଠରେ ପିଇ ଭିନ୍ନକ୍ଷମ ଝିଅକୁ ଧରି ଦିନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି। ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ଖଦାଳପୋଖରୀ ପଂଚାୟତ ଖଦାଳ ପୋଖରୀ ଗ୍ରାମରେ। ସନ୍ଥ ଦାସଙ୍କ ଝିଅ ରମା ଦାସ ବୟସ ୪୦ପାର ହେଲାଣି ସେ ଜନ୍ମରୁ ଭିନ୍ନ କ୍ଷମ। ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ସୁବିଧା ରୁ ବଂଚିତ ଅଛନ୍ତି। ୮୦ ବର୍ଷ ବୟସ ର ବୃଦ୍ଧ ପିତାମାତା ଭିନ୍ନ କ୍ଷମ ଝିଅର ରମା ଦାସ ର ଆଶାବାଡି ସାଝିଛନ୍ତି। ଭିନ୍ନକ୍ଷମ ଝିଅକୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଦୀର୍ଘ ବର୍ଷ ବର୍ଷ ଧରି ସରକାର ଙ୍କୁ ଆକୁଳ ନିବେଦନ କରିଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ସାଜିଛି।ଆଜି ପର୍ଯ୍ୟନ୍ତ କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି। ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ଭିନ୍ନକ୍ଷମ ଝିଅକୁ ଧରି ସରକାରୀ ସହାୟତା କୁ ଅପେକ୍ଷା କରିଛନ୍ତି। ତୁରନ୍ତ ଏହି ଭିନ୍ନକ୍ଷମ ଝିଅ କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଅଂଚଳବାସି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.