ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲେୱ ପଡ଼ିଆରେ ଚାଲିଥିବା ଅଲ୍ ଓଡ଼ିଶା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ୍ ଟୁର୍ଣାର୍ମେଂଟର ଆଜି ଫାଇନାଲ୍ ମ୍ୟାଚ୍ରେ ଇଷ୍ଟକୋଷ୍ଟ ରେଲେୱ ଭଦ୍ରକ ପ୍ରତିପକ୍ଷ ରାଇଜିଂ ଷ୍ଟୁଡେଂଟ କଟକକୁ ପରାଜିତ କରି ଚଳିତ ବର୍ଷର ଚାମ୍ପିୟନ ଆଖ୍ୟା ହାସଲ କରିଛି। ଆଜି ଅନ୍ତିମ ଦିନରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ େଇ୍ଟକୋଷ୍ଟ ରେଲେୱ ଭଦ୍ରକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୨୩୩ ରନ୍ କରିଥିଲା। ଦଳ ପକ୍ଷରୁ ବିଭାସ ଶ ୩୯ ବଲ୍ରେ ୮୦ ରନ୍ ଏବଂ ସତ୍ୟକାମ ଭରଦ୍ୱାଜ ୧୫ ବଲ୍ରେ ୪୭ ରନ୍ କରିଥିଲେ। ୨୩୪ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରିଥିବା ରାଇଜିଂ ଷ୍ଟୁଡେଂଟ ଦଳ ୧୮.୨ ଓଭରରେ ୧୩୬ ରନ୍ କରି ମ୍ୟାଚ୍କୁ ୯୭ ରନ୍ରେ ହାରି ଯାଇଥିଲା। ରାଇଜିଂ ଷ୍ଟୁଡେଂଟ ପକ୍ଷରୁ ବିଶ୍ୱଜିତ୍ ମୁଖାର୍ଜୀ ୨୫ ଓ ସ୍ୱପ୍ ସମିତ୍ ଭୂୟାଁ ୧୮ ରନ୍ କରିଥିଲେ। ଇଷ୍ଟକୋଷ୍ଟ ରେଲେୱ ପକ୍ଷରୁ ମହମ୍ମଦ ଅର୍ବାଜ୍ ମନ୍ସୁନ୍ ୪ ଓ ସାହିଲ ଖାନ୍ ଗୋଟିଏ ଉଇକେଟ ନେଇଥିଲେ। ବିଭାସ୍ ଶଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଳାପାଳ ଦିଲୀପ୍ ରାଉତରାୟ, ବରେଣ୍ୟ ଅତିଥି ଅତିରିକ୍ତ ଏସ୍ପି ଅଂଶୁମାନ ଦ୍ୱିବେଦୀ, ସମ୍ମାନନୀୟ ଅତିଥିି ଭାବେ ତୋଷାଳୀ ସୁଜୁକୀର ଓନର୍ ଗୌରାଙ୍ଗ ଚନ୍ଦ୍ର ସାମଲ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ପୁରସ୍କାର ବିତରଣ ଉତ୍ସବକୁ ଅଧ୍ୟାପକ ବୁଲୁ ମହାନ୍ତି ପରିଚାଳନା କରିଥିଲେ। ମ୍ୟାଚ୍କୁ ଲଲାଟ କେଶରୀ ନନ୍ଦ ଏବଂ ସତ୍ୟବ୍ରତ ମହାପାତ୍ର ଅମ୍ପାୟାର୍ ଭାବେ ପରିଚାଳନା କରିଥିବା ବେଳେ ରାଜେଶ ନାୟକ ମ୍ୟାଚ୍ ରେଫେରୀ, ଓ କରନ୍ ଖାନ୍ ସ୍କୋରର ଥିଲେ। ଶ୍ରୀଧର ମିଶ୍ର ଏବଂ ମୃଣ୍ମୟ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ।
Home ଜିଲ୍ଲା ପରିକ୍ରମା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ, ଇଷ୍ଟକୋଷ୍ଟ ରେଲେୱ ଭଦ୍ରକ ଚାମ୍ପିୟନ








