Home ଜିଲ୍ଲା ପରିକ୍ରମା ୪ଟି ବ୍ଲକ୍ ପରେ ବାକି ୩ଟି ବ୍ଲକ୍‌ରେ ସୁଭଦ୍ରା ରଥ ପରିକ୍ରମା ଆରମ୍ଭ, ଆଜି ସୁଦ୍ଧା...

୪ଟି ବ୍ଲକ୍ ପରେ ବାକି ୩ଟି ବ୍ଲକ୍‌ରେ ସୁଭଦ୍ରା ରଥ ପରିକ୍ରମା ଆରମ୍ଭ, ଆଜି ସୁଦ୍ଧା ପଞ୍ଜିକୃତ ଆବେଦନକାରୀଙ୍କ ସଂଖ୍ୟା ୨.୩ ଲକ୍ଷ

12

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରେ ଘରେ ସୁଭଦ୍ରା ଯୋଜନା ସଚେତନତା ପାଇଁ ପୋଷ୍ଟର, ବ୍ୟାନର, ପ୍ରଚାର ପତ୍ର, ୱାଲ ପେଂଟିଂ, ହୋର୍ଡ଼ିଂ ଆଦି ସହ ସୁଭଦ୍ରା ରଥ ର ପରିକ୍ରମା କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରେ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ନିର୍ଦ୍ଧାରିତ ମାର୍ଗ ଅନୁଯାୟୀ ଭଦ୍ରକ, ବନ୍ତ, ଧାମନଗର, ବାସୁଦେବପୁର ବ୍ଲକ୍ ଓ ସଂପୃକ୍ତ ପୌରାଞ୍ଚଳରେ ସୁଭଦ୍ରା ରଥର ପରିକ୍ରମା କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୧୨ ତାରିଖ ଠାରୁ ବାକି ରହିଥିବା ୩ଟି ବ୍ଲକ୍ ତିହିଡ଼ି, ଚାନ୍ଦବାଲି ଓ ଭଣ୍ଡାରିପୋଖରୀରେ ସୁଭଦ୍ରା ରଥ ପରିକ୍ରମା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ତହିଡ଼ିବ୍ଲକ୍ ସଦର ମହକୁମାରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବି.ଡ଼ି.ଓ. ଜ୍ୟୋତିର୍ମୟ କର ଓ ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ ପତାକା ପ୍ରଦର୍ଶନ କରି ବ୍ଲକ୍‌ରେ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। ଶତାଧିକ ମହିଳା ଉପସ୍ଥିତ ରହି ରଙ୍ଗୋଲି ଓ ହୁଳୁ ହୁଳିରେ ରଥକୁ ସ୍ୱାଗତ କରିଥିଲେ। ସେହିପରି ଚାନ୍ଦବାଲି ବ୍ଲକ୍‌ରେ ବି.ଡ଼ି.ଓ. ଅସିତ୍ କୁମାର ମହାନ୍ତି ଓ ବ୍ଲକ୍ ସ୍ତରୀୟ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଏସ୍‌.ଏଚ୍‌.ଜି ମହିଳା ଓ ସାଧାରଣ ହିତାଧିକାରୀ ମହିଳାମାନଙ୍କ ଉପସ୍ଥିତିରେ ରଥକୁ ସ୍ୱାଗତ କରାଯାଇଥିଲା। ଭଣ୍ଡାରିପୋଖରୀ ବ୍ଲକ୍‌ରେ ମଧ୍ୟ ଏହି ରଥକୁ ମହା ଉତ୍ସାହର ସହିତ ଶତାଧିକ ମହିଳା ମାନଙ୍କ ଗହଣରେ ରଥକୁ ସ୍ୱାଗତ କରାଯାଇଛି। ବି.ଡ଼ି.ଓ. ଦେବଦତ ଦାସ, ସହକାରୀ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଏହି ରଥ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ପରିକ୍ରମା କାର୍ଯ୍ୟକୁ ପରିଚାଳନା କରିଥିଲେ। ସମସ୍ତ ବ୍ଲକ୍‌ରେ ବିଭିନ୍ନ ପଂଚାୟତରେ ମଧ୍ୟ ଏହି ରଥକୁ ମହିଳାମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ସ୍ୱାଗତ ଜଣାଇଛନ୍ତି। ଜିଲ୍ଲାରେ ଚିହ୍ନଟ କରାଯାଇଥିବା ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରମାନଙ୍କରେ ସୁଭଦ୍ରା ଆବେଦନକାରୀଙ୍କ ଆବେଦନ ଫର୍ମ ପଞ୍ଜିକରଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ଆଜି ସୁଦ୍ଧା ସମୁଦାୟ ୨ ଲକ୍ଷ ୩୬ ହଜାର ୪୨୧ ସଂଖ୍ୟାର ଆବେଦନକାରୀ ପଞ୍ଜିକୃତ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.