Home ଓଡ଼ିଶା ୪ଟି ପ୍ରକଳ୍ପ ପାଇଁ କ୍ୟାବିନେଟ ୪୬୧ କୋଟି ୨୫ ଲକ୍ଷ ମଞ୍ଜୁର କରିବା ପରେ ସାମ୍ବାଦିକ...

୪ଟି ପ୍ରକଳ୍ପ ପାଇଁ କ୍ୟାବିନେଟ ୪୬୧ କୋଟି ୨୫ ଲକ୍ଷ ମଞ୍ଜୁର କରିବା ପରେ ସାମ୍ବାଦିକ ସମ୍ମିଳନୀ

46

ପୁରୀ ୧୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀକୁ ବିଶ୍ୱ ସ୍ତରୀୟ ଐତିହ ସହରରେ ପରିଣତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ୪ଟି ପ୍ରକଳ୍ପ ପାଇଁ ଆଜି ଅର୍ଥ ମଞ୍ଜୁର କରିବା ପରେ ପୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପଲେକ୍ସ, ଶ୍ରୀସେତୁ ଓ ମୁଷା ନଦୀ ପୁନଃ ଉଦ୍ଧାର ପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୪୬୧ କୋଟି ୨୫ ଲକ୍ଷ ଟଙ୍‌କା ମଞ୍ଜୁର କରାଯାଇଛି। ଆସନ୍ତା ୩୦ ମାସ ମଧ୍ୟରେ ଏହି ୪ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଓଡ଼ିଶା ସେତୁ ନିର୍ମାଣ ନିଗମ, ନାଗାର୍ଜ୍ଜୁନ କନଷ୍ଟ୍ରକସନ୍ କର୍‌ପୋରେସନ୍ ଲିମିଟେଡ଼୍ ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ। ଡ଼ିଆର୍‌ଡ଼ିଏ ସମ୍ମୀଳନି କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବଲବନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଧାୟକ ଜୟନ୍ତ କୁମାର ଷଢ଼ଙ୍ଗୀ – ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରୀକୁ ବିଶ୍ୱ ସ୍ଥରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ସଂକଳ୍ପକୁ ସମସ୍ତେ ଭୂୟସୀ ପ୍ରଶଂସା କରିବା ସହ ଆଜିର ଦିନକୁ ଐତିହାସିକ ବୋଲି କହିଛନ୍ତି। ଶ୍ରମନ୍ଦିର ସ୍ଥାପତ୍ୟ କଳାକୁ ଅନୁସରଣ କରି ସମସ୍ତ ୪ଟି ପ୍ରକଳ୍ପ କାର୍ଯ୍ୟ ହେବ। ଅନ୍ୟ ପଟରେ ପ୍ରାଥମିକତା ଭୀତିରେ ମାର୍କେଟ କମ୍ପଲେକ୍ସ କରି ଉଠା ଦୋକାନୀ ଓ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ କୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରସ୍ତାବ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.