Home ଜିଲ୍ଲା ପରିକ୍ରମା ୩.୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

୩.୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

20

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଏବେ ଧଳା ଜହରର ପେଣ୍ଠରେ ପରିଣତ ହୋଇଥିବାବେଳେ ଜିଲା ଅବକାରୀ ବିଭାଗ ଚେଇଁ ଶୋଇଛି । ବିଗତ ଦିନମାନଙ୍କରେ ଏହି ନିଶାଦ୍ରବ୍ୟକୁ ରୋକିବା ଦିଗରେ ରାଜ୍ୟର ଏସ୍‌ଟିଏଫ୍ ଟିମ୍ ମଝିରେ ମଝିରେ ବିପୁଳ ପରିମାଣର ଧଳା ଜହର ଜବତ କରିଆସୁଥିବାବେଳେ ପୁଲିସ୍ ମଧ୍ୟ ବହୁ ନିଶାଦ୍ରବ୍ୟ ଜବତ କରି ଅନେକଙ୍କୁ ଗିରଫ କରିବାରେ ସଫଳ ହୋଇଛି । କିନ୍ତୁ ଜିଲା ଅବକାରୀ ବିଭାଗ ଓ ନିଶା ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ନିଶା ଚୋରା ଚାଲାଣକୁ ରୋକାଯାଇପାରୁନାହିଁ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଆସୁଥିବାବେଳେ ଆଜି ପୁଣିଥରେ ପୁଲିସ୍ ପ୍ରାୟ ୩.୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଧରିବାରେ ସଫଳ ହୋଇଛି । ଏ ସଂପର୍କରେ ଆଜି ଗ୍ରାମାଞ୍ଚଳ ଥାନାରେ ଏସ୍‌ଡିପିଓ ସୌରଭ ହୋତା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତକାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏମ୍‌ଭି ଚେକିଂ କରାଯାଉଥିବାବେଳେ ୧୬ନଂ ଜାତୀୟ ରାଜପଥର ରାହାଞ୍ଜ ନିକଟରେ ଦୁଇଜଣ ଯୁବକ ଏକ ପଲସର ୨୨୦ ମୋଟର ସାଇକେଲ୍‌ରେ ସନ୍ଦେହଜନକ ଭାବେ ଆସୁଥିବାବେଳେ ପୁଲିସ୍ ସେମାନଙ୍କ ନିକଟରୁ ୧୨.୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ରାତି ପ୍ରାୟ ୧.୨୦ ସମୟରେ ପୁଲିସ୍ ବାଲେଶ୍ୱର ଦିଗରୁ ଭଦ୍ରକ ଆସୁଥିବା ଯାଜପୁର ଜିଲା ଝାଟିଆସାହି ନିବାସୀ ନକୁଳ ଜେନାଙ୍କ ପୁତ୍ର ଶ୍ୟାମସୁନ୍ଦର ଜେନା (୨୫) ଓ ସେହି ଜିଲାର ଆଙ୍କୁଳା ଗ୍ରାମନିବାସୀ ଲକ୍ଷ୍ମଣ ଜେନାଙ୍କ ପୁତ୍ର ପ୍ରତାପ ଜେନା (୩୨) କୁ ଗିରଫ କରିଥିଲେ । ଏବଂ ପ୍ରାୟ ୩.୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ସହ ୩ଟି ମୋବାଇଲ୍ ଓ ବାଇକ୍‌ଟିକୁ ଜବତ କରି ଆଜି ଗ୍ରାମାଞ୍ଚଳ ଥାନା କେଶ୍ ନଂ ୪୪୭/୨୧.୭.୨୩, ଦଫା ୨୧(ବି)/୨୯ ଏନ୍‌ଡିପିଏସ୍ ଆକ୍ଟ ମୂଳେ କୋର୍ଟ ଚାଲାଣ କରିଛନ୍ତି । ତେବେ ଯୁବକ ଦୁଇଜଣ କେଉଁ ପରିସ୍ଥିତିରେ କେଉଁଠାରୁ ଏହି ନିଶା ସାମଗ୍ରୀ ଆଣୁଥିଲେ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ଡିପିଓ ଶ୍ରୀ ହୋତା ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.