Home ଅପରାଧ ୩ ରାଜପଥ ଡକାୟତ ଗିରଫ, ମାରଣାସ୍ତ୍ର ସହ ଲୁଟ୍ ଅର୍ଥ ଜବତ

୩ ରାଜପଥ ଡକାୟତ ଗିରଫ, ମାରଣାସ୍ତ୍ର ସହ ଲୁଟ୍ ଅର୍ଥ ଜବତ

55

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ନଂ ଜାତୀୟ ରାଜପଥରେ ଡକାୟତ କରୁଥିବା ୩ ଜଣ ଯୁବକଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଗିରଫ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଚରମ୍ପା, ସାବରଙ୍ଗ ଓ ଧୁଷୁରୀ ଅଂଚଳର ତିନିଜଣ ରାଜପଥ ଲୁଟେରା ବିଭିନ୍ନ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ଆସୁଥିବାବେଳେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଜାତୀୟ ରାଜପଥର ଚରମ୍ପା ବାସୁଳୀ ଢାବା ନିକଟରୁ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଏହି ଲୁଟେରା ମାନେ ରାଜପଥ ନିର୍ମାଣ କାର୍ଯ୍ୟ କରୁଥିବା ଡିବିଏଲ୍ କଂପାନୀର ଏକ ଡ୍ରାଇଭରକୁ ମାରଣାସ୍ତ୍ର ଦେଖାଇ ମାଡ ମାରି ୭ ହଜାର ଟଙ୍କା ଲୁଟିନେଇଥିଲେ। ସେହିଭଳି ଅନ୍ୟ ଜଣେ ମାଛ ବ୍ୟବସାୟୀଙ୍କ ନିକଟରୁ ମଧ୍ୟ ୧୫ ହଜାର ଟଙ୍କା ଛଡାଇ ନେଇଥିବା ବିଷୟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗ୍ରାମାଞ୍ଚଳ ପୁଲିସ୍ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଓଡି-୨୨ଆର-୪୧୩୨ ନମ୍ବରର ଅଲଟୋ କାର୍ ଏବଂ ୭ ହଜାର ଟଙ୍କା, ୩ଟି ମୋବାଇଲ୍ ଓ ଗୋଟିଏ କଟୁରୀ ଜବତ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ପୁଲିସ୍ ଖୋଜିବା ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.