Home ଜିଲ୍ଲା ପରିକ୍ରମା ୩୬ ଘଂଟା ପରେ ଭଦ୍ରକର ଇଂଟରନେଟ୍ ସେବା ସ୍ୱାଭାବିକ ହେଲା, ଜିଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ

୩୬ ଘଂଟା ପରେ ଭଦ୍ରକର ଇଂଟରନେଟ୍ ସେବା ସ୍ୱାଭାବିକ ହେଲା, ଜିଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ

18
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋ ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ କଷଟି ଗ୍ରାମର ସନ୍ତୋଷ ପରିଡାଙ୍କ ମୃତ୍ୟୁ ହେବା ପରେ ଉଭୟ ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳର ଆଶଙ୍କା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଗତକାଲି ସକାଳ ୬ ଘଟିକାରୁ ବନ୍ଦ ହୋଇଥିବା ୩୬ ଘଂଟିଆ ଇଂଟରନେଟ୍ ସେବା ଆଜି ସନ୍ଧ୍ୟା ୬ଟାରେ ସ୍ୱାଭାବିକ ହୋଇଛି। ଏ ସଂପର୍କରେ ଆଜି ସନ୍ଧ୍ୟାରେ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଏହି ଇଂଟରନେଟ୍ ସେବା ବନ୍ଦ ସଂପର୍କରେ ସୂଚନା ଦେବାକୁ ଯାଇ ଏକ ଅସ୍ୱାଭାବିକ ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ସନ୍ତୋଷଙ୍କ ଘଟଣାକୁ ନେଇ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲାରେ କୌଣସି ଅପ୍ରିତିକର ପରିସ୍ଥିତି ଘଟିବାର ଆଶଙ୍କା ରହିଥିବାର କହିଥିଲେ। ଏହି ଆଶଙ୍କାକୁ ଅଧିକ ଦୃଢୀଭୂତ କରିବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏଭଳି ଏକ ଅସ୍ତ୍ର ଯେ ତାହା ପରିସ୍ଥିତିକୁ ଶାନ୍ତ କରିବା ପରିବର୍ତେ ଅଶାନ୍ତ ଆଡକୁ ନେଇଯାଇଥାନ୍ତା। କାରଣ ସୋସିଆଲ ମିଡିଆ ଏଭଳି ଏକ ମାଧ୍ୟମ ଯାହା ସଦ୍ ବ୍ୟବହାର ସହ ଅପବ୍ୟବହାର ମଧ୍ୟ କରିହେବ। ତେଣୁ ଜିଲା ପ୍ରଶାସନ ପକ୍ଷରୁ ଏହି ସେବାକୁ ପ୍ରଥମ ପର୍ଯ୍ୟାୟରେ ଗତକାଲି ସକାଳ ୬ ରୁ ୨୪ ଘଂଟା ବନ୍ଦ ପରେ ଏହାର ପ୍ରଭାବ ଭଲ ପଡିଥିଲା। କାହିଁକିନା ଏହାକୁ ଅପବ୍ୟବହାର କରୁଥିବା ଲୋକ ଏଥିରୁ ନିବୃତ ରହିଥିଲେ। ଏହି ସେବା ଭଦ୍ରକ ବ୍ଲକ୍ ଓ ପୌରାଂଚଳ ସମେତ ଧାମନଗର ବ୍ଲକ୍ ବିଜ୍ଞାପିତ ଅଂଚଳ, ତିହିଡି ବ୍ଲକ୍‌ରେ ବନ୍ଦ ରଖାଯାଇଥିଲା। ପରେ ଏହାକୁ ଅଧିକ ୧୨ ଘଂଟା ବୃଦ୍ଧି କରାଯାଇଥିଲା। ଭଦ୍ରକ ଏକ ଭାତୃତ୍ୱ ବଜାୟ ରଖୁଥିବା ଭାଇଚାରାର ସହର। ଏଠାରେ ଉଭୟ ସଂପ୍ରଦାୟର ଗଣେଶ ପୂଜା ଠାରୁ ଆରମ୍ଭ କରି ଶ୍ରୀରାମନବମୀ ପର୍ଯ୍ୟନ୍ତ ଉତ୍ସବକୁ ବେଶ୍ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିଥାନ୍ତି। ତେବେ ଭଦ୍ରକର ଏହି ଅସ୍ୱାଭାବିକ ପରିସ୍ଥିତିରେ ସମସ୍ତ ଜନସାଧାରଣ ଯେଭଳି ଭାବେ ଇଂଟରନେଟ୍ ସେବା ବନ୍ଦକୁ ସହଯୋଗ କରିଛନ୍ତି, ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। କିଛି ଜିନିଷ ପାଇବାକୁ ହେଲେ କିଛି ତ୍ୟାଗ କରିବାକୁ ପଡିଥାଏ। ସେ ଦୃଷ୍ଟିରୁ ସ୍ଥାନୀୟ ଜନସାଧାରଣ ଯେଭଳି ଭାବେ ଜିଲା ପ୍ରଶାସନର ନିଷ୍ପତିକୁ ଜିଲାବାସୀ ପୂର୍ଣ୍ଣ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏବେ ସମସ୍ତ ପରିସ୍ଥିତି ଏକ ସୁସ୍ଥ ଓ ଶାନ୍ତ ବାତାବରଣ ଫେରିଆସିଛି। ଏଣୁ ଜନସାଧାରଣଙ୍କୁ ଅନୁରୋଧ ସେମାନେ କୌଣସି ବିଭ୍ରାନ୍ତିକର ମନ୍ତବ୍ୟରୁ ଦୂରେଇ ରୁହନ୍ତୁ। ସରକାରଙ୍କ ଏକବର୍ଷ ପୂର୍ତି ଅବସରରେ ଗତକାଲି ଠାରୁ ରାଜ୍ୟରେ ବିକାଶ ମେଳା ଓ ସୁଭଦ୍ରା ପାରମ୍ପରିକ ମେଳା ପାଳନ ହେଉଥିବାବେଳେ ଏହା ଭଦ୍ରକର ନେହେରୁ ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି। ଏଣୁ ଏହାକୁ ସମସ୍ତ ଜନସାଧାରଣ ରଜର ମାହୌଲରେ ଭରପୁର ଭାବେ ଆନନ୍ଦର ସହ ପାଳନ କରନ୍ତୁ ଓ ସରକାରଙ୍କ ଏକବର୍ଷ ପୂତିର ଉପଳବ୍ôଧ ବିଷୟରେ ଜ୍ଞାତ ହୁଅନ୍ତୁ ବୋଲି ଜିଲାପାଳ ଶ୍ରୀ ରାଉତରାଏ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.