Home ଓଡ଼ିଶା ୩୬ତମ ରାଜ୍ୟସ୍ତରୀୟ ବାସ୍କେଟବଲ ନିମନ୍ତେ ଭଦ୍ରକ ଦଳ ଘୋଷିତ

୩୬ତମ ରାଜ୍ୟସ୍ତରୀୟ ବାସ୍କେଟବଲ ନିମନ୍ତେ ଭଦ୍ରକ ଦଳ ଘୋଷିତ

35

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିଠାରୁ ଆରମ୍ଭ ହୋଇଥିବା ୩୬ତମ ଅଣ୍ଡର ୧୬ ରାଜ୍ୟସ୍ତରୀୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ଉଭୟ ବାଳକ ଓ ବାଳିକା ଦଳ ଘୋଷଣା କରିଛି। ଏହି ଦଳ କଟକର ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲର ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗତା ମାଧ୍ୟମରେ ଦଳ ଚୟନ କରାଯାଇଛି ବୋଲି କ୍ରୀଡା ପ୍ରଶିକ୍ଷକ ତଥା କୋଚ୍ ମନୋଜ ସାହୁ ଜଣାଇଛନ୍ତି। ଏହି ଖେଳାଳିଙ୍କୁ ଜିଲ୍ଳା ସମ୍ପାଦକ ଧୀରେନ୍ ପଲେଇ ଶୁଭେଚ୍ଛା ଜଣାଇଛନ୍ତି। ଖେଳାଳିଙ୍କ ସହିତ କୋଚ୍ ଶ୍ରୀଯୁକ୍ତ ସାହୁ, ସହକାରୀ କୋଚ୍ ପାପାଲୀ ପାତ୍ର ଓ ସୁଇଟ୍‌ସ୍ମିତା ଜେନା ଗସ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.