Home ଜିଲ୍ଲା ପରିକ୍ରମା ୩୬ତମ କବି ବସନ୍ତ ମୁଦୁଲି ସ୍ମୃତି ତର୍ପଣ

୩୬ତମ କବି ବସନ୍ତ ମୁଦୁଲି ସ୍ମୃତି ତର୍ପଣ

42

ଭଦ୍ରକ, ୧୭-୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବସନ୍ତ କେବଳ ଆଉ ଋତୁ ବା ରୋଗର ନାଁ ନୁହେଁ, ଏହା ଏବେ ପାଲଟି ଯାଇଛି ଜଣେ ପ୍ରତିଭାଧର ଦିବଂଗତ କବିଙ୍କର ନାଁ। ରଜ ମଉଜର ଆକର୍ଷଣକୁ ପଛ କରି ଛତିଶ ବର୍ଷ ତଳେ ଏ ସୁନ୍ଦର ପୃଥିବୀରୁ ବିଦାୟ ନେଇଥିବା ବସସ୍ତ ମୁଦୁଲି ଥିଲେ ଅସଂଖ୍ୟ ପ୍ରେମ ଓ ବିଦ୍ରୋହ ଚେତନା ସମ୍ବଳିତ ଅମଳିନ କବିତାର ବହ୍ନିମାନ ସ୍ୱାକ୍ଷର। କବିଙ୍କ ସ୍ମୃତିରେ ନିକଟସ୍ଥ ଆଦମପୁର, ନଳାଙ୍ଗ ଠାରେ ନିର୍ମିତ ସୁଦୃଶ୍ୟ ପାଠାଗାର ‘ବସନ୍ତବାସ’ ପାଠାଗାର ସଭାଗୃହରେ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସଭାପତି କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କବିଙ୍କ ସ୍ମୃତି ତର୍ପଣ ସଭାକୁ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ଉଦ୍‌ଘାଟନ କରିଥିଲା ବେଳେ ସାହିତ୍ୟିକ ବିଜୟ ନାୟକ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ରୂପେ କବି ସରୋଜ ବଳ, କିଶୋର ପାଣିଗ୍ରାହୀ, ରମେଶ ଚନ୍ଦ୍ର ସ୍ୱାଇଁ ଓ ସରପଞ୍ଚ ଅମୂଲ୍ୟ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ବକ୍ତା ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ, ପ୍ରବଚକ ରଘୁନାଥ ଦାସ ଓ ପୂର୍ଣ୍ଣଚନ୍ଦ୍ର ଖିଲାର ବକ୍ତବ୍ୟ ପ୍ରଦାନ କରିଥିଲେ। କବିପୁତ୍ର ଇଂ ପାର୍ଥସାରଥୀ ମୁଦୁଲି ଧନ୍ରବାଦ ଦେଇôଥଲେ। ସଂଯୋଜକ ଅରୁଣ ଖିଲାର, ଡା. ରବୀନ୍ଦ୍ର ପଣ୍ଡା, ବିଜୟ ôଖଲାର, ତପନ ପାତ୍ର, ଅଶ୍ୱିନୀ ନାୟକ, ସୁଧାକର ମହାପାତ୍ର, ଗଦାଧର ପଣ୍ଡା, ବିପ୍ଳବ ହୋତା, ବିଦ୍ୟାଧର ସେଠୀ, ରାମଚନ୍ଦ୍ର ରାଉତ, ରମେଶ ସେଠୀ ଓ ମହେଶ୍ୱର ରାଉଳ ପ୍ରମୁଖ ଉପସ୍ଥିତ ଥିଲାବେଳେ ଅମିତାଭ ଖିଲାର, ଅବକାଶ ଖିଲାର ଓ ଅଭିଷେକ ଖିଲାର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.