Home କେନ୍ଦୁଝର ୩୬ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ନିଆଗଲା

୩୬ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ନିଆଗଲା

346

ହାଟଡ଼ିହି-୨୪/୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଲୋକମାନେ ତାକୁ ଠିକ ଭାବେ ଗ୍ରହଣ କରୁନାହାନ୍ତି । ବିଶେଷକରି କଲିକତାରୁ ଫେରିଥିବା ଅନେକ ଲୋକ ଏବେ କରୋନା ପଜେଟିଭ ବୋଲି ଜଣାପଡିବାପରେ ଏବେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେଣୁ ସମସ୍ତ କଲିକତା ଫେରନ୍ତାଙ୍କ ସ୍ୱାବଟେଷ୍ଟ ପାଇଁ ସରକାର ନିର୍ଦ୍ଦେଶ ଦେବାପରେ ଆଜିଠାରୁ ଏହି ପ୍ରକ୍ରୀୟା ଆରମ୍ଭ ହୋଇଛି । ହାଟଡିହି ବ୍ଲକର ଅନେକ ଗାଁର ଲୋକମାନେ କଲିକତାରେ ରହୁଥିବାବେଳେ ଶତାଧିକ ଲୋକ ସେଠାରୁ ଲୁଚିଛପି ପଳାଇ ଆସିଥିଲେ । କଲିକତାରୁ ହାଟଡିହି ବ୍ଲକକୁ ଫେରିଥିବା ସଂଖ୍ୟା ହେଉଛି ୧୦୬ । ଏହି ୧୦୬ଜଣଙ୍କ ସ୍ୱାବ ଟେଷ୍ଟ ବାଧ୍ୟତା ମୁଳକ କରିବାକୁ ପ୍ରଶାସନ ନିଷ୍ପତି ନେଇଛି । ସରପଞ୍ଚ, ଡାକ୍ତରୀଦଳ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସମାନଙ୍କୁ ବୁଝାସୁଝା କରି କ୍ୱାରେଣ୍ଟାଇନରେ ରଖିବାପରେ ଆଜି ଡିମିରିଆ, ଜାବିନିପୁର. ନୁଆରମ୍ପାସ, ଚଷାଖଣ୍ଡ, ଗେଡମାରୁ, ଅଁରା, ଶଙ୍ଖୋ, କରଗୋଳା ଗ୍ରାମରୁ ୩୬ଜଣଙ୍କ ସ୍ୱାବଟେଷ୍ଟ ପାଇଁ କେନ୍ଦୁଝରକୁ ପଠାଯାଇଛି । ପୁର୍ବରୁ ଯାଜପୁର ଜିଲ୍ଲାର ଦ୍ୱିତୀୟ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ୩୫ ଜଣ ବ୍ୟକ୍ତିଙ୍କ ସ୍ୱାବଟେଷ୍ଟ କରାଯିବା ସହିତ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବାବେଳେ ଭଦ୍ରକ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ୧୩ ଜଣଙ୍କ ସ୍ୱାବଟେଷ୍ଟ ସହିତ ସମସ୍ତଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ସ୍ୱେଚ୍ଛାସେବୀ ମାନେ ଘରଘର ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ସହିତ ମିଳାମିଶ ନକରି ସଙ୍ଗରୋଧରେ ରଖାଇବା ପାଇଁ ସେମାନେ ନିବେଦନ କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.