Home ଜିଲ୍ଲା ପରିକ୍ରମା ୩୩ତମ ରାଜ୍ୟ ବାଳକ ଓ ବାଳିକା ଟେନିକୋଏଟ ଚାମ୍ପିଅନଶିପ ଓ ଓଡିଶା ଟିମ ଚୟନ

୩୩ତମ ରାଜ୍ୟ ବାଳକ ଓ ବାଳିକା ଟେନିକୋଏଟ ଚାମ୍ପିଅନଶିପ ଓ ଓଡିଶା ଟିମ ଚୟନ

26

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ଟେନିକୋଏଟ ସଙ୍ଘ ଦ୍ୱାରା ଓଲଙ୍ଗ ମିନି ଷ୍ଟାଡିୟମରେ ୩୩ତମ ରାଜ୍ୟ ବାଳକ ଓ ବାଳିକା ଟେନିକୋଏଟ ଚାମ୍ପିଅନସିପ୍ ଓ ଓଡ଼ିଶା ଟିମ ଚୟନ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ସଭାପତି ଅଧ୍ୟାପକ ଗୋଲକ ନାୟକଙ୍କ ସଭାପତିତ୍ୱରେ ସୋମବାର ଦିନ ସଭାକାର୍ଯ୍ୟ ସକାଳ ୭ ଟାରେ ଆରମ୍ଭ ହୋଇଥିଲା। ଓଲଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ପୂର୍ବତନ କ୍ରିକେଟ ଖେଳାଳି ଅକ୍ଷୟ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଓ ଦେବିଦତ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଦିନିକିଆ ଦିବାରାତ୍ର ଖେଳକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୧୦ଟି ଜିଲ୍ଲାରୁ ୬୦ଜଣ ଖେଳାଳି ଯୋଗ ଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଖେଳକୁ ଅରୁଣ ନାୟକ, ମନୋରଂଜନ ଦାସ, ଭବେଶ ଦାସ, ସୁବାସ ଦୀକ୍ଷିତ, ରାଜତିଳକ ସ୍ୱାଇଁ, ଚନ୍ଦନ ଦେ, ମହମଦ ମମତାଜ, ରଶ୍ମି ପାତ୍ର, ମୋନାଲିସା ରାଉତ, ସଂଧ୍ୟାରାଣୀ ପାଣିଗ୍ରାହୀ ଓ ରାଜେଶ ପ୍ରମୁଖ ପରିଚାଳନା କରିଥିଲେ। ପୁରୁଣା ଖେଳାଳି ଯଥା ଦୟା, ରାଜେଶ, ନାରାୟଣ, ସଇଟ୍‌ସ୍ମିତା ପ୍ରମୁଖ ଖେଳକୁ ତଦାରଖ କରିଥିଲେ। ସନ୍ଧ୍ୟାରେ ଉଦ୍‌ଯାପନୀ ଓ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ବାଳିକା ବିଭାଗରେ କଟକର ଚନୀ ପରିଡା ଚାମ୍ପିଅନ ହୋଇଥିବା ବେଳେ ବାଳକ ବିଭାଗରେ ଭଦ୍ରକର ନିର୍ମଳ ସେନ ଚାମ୍ପିଅନ୍ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.