Home ଓଡ଼ିଶା ୩ଲକ୍ଷ ୭୪ ହଜାର ଟଙ୍କା ଠକେଇ ମାମଲାରେ ୧ ଗିରଫ

୩ଲକ୍ଷ ୭୪ ହଜାର ଟଙ୍କା ଠକେଇ ମାମଲାରେ ୧ ଗିରଫ

94

ଯୋଡା, ୧୫/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ କଣ୍ଡରା ଅଞ୍ଚଳର ଏକ ଠକେଇ ମାମଲାରେ ପୁଲିସ ସିଭିଲ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁଯାୟୀ ଉକ୍ତ କଣ୍ଡରା ଅଞ୍ଚଳର ପଦ୍ମିନୀ ମୁଣ୍ଡା ନାମକ ଜଣେ ମହିଳା କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ ଜମି ହରା ପ୍ରଜା ଭାବେ ପାଇଥିବା କ୍ଷତି ପୂରଣ ପ୍ରାପ୍ୟକୁ ଏକ ଆଭିଭା ପଲିସିରେ ଜମା କରିଥିଲେ । ସେ ପଲିସି ଅନୁଯାୟୀ ପରବର୍ତ୍ତି କିସ୍ତି ଟଙ୍କା ପୈଠ କରିନପାରିବାରୁ ଆଭିଭା କମ୍ପାନୀ ତାଙ୍କ ଜମା ଅର୍ଥ ବାବଦକୁ ୩ଲକ୍ଷ ୭୪ ହଜାର ଟଙ୍କା ଚେକ୍ ମାଧ୍ୟମରେ ତାଙ୍କୁ ଫେରସ୍ତ ଦେଇଦେଇଥିଲା । ତେବେ ଏହି ଚେକ୍‌ଟି ଡାକରେ ଆସିଥିବା ବେଳେ କଣ୍ଡରା ଅଞ୍ଚଳର ଏକାନାମଧାରି ଅନ୍ୟ ଜଣେ ପଦ୍ମିନୀ ମୁଣ୍ଡା ତାଙ୍କର ସ୍ୱାମୀ ସିଭିଲ ମୁଣ୍ଡାଙ୍କ ମାଧ୍ୟମରେ ଏହି ଚେକ୍‌ଟିକୁ ନିଜ ଖାତାରେ ଜମା କରି ଉକ୍ତ ଅର୍ଥକୁ ଖର୍ଚ୍ଚ କରିଦେଇଥିଲେ । ପରେ ଘଟଣାଟି ଜଣାପଡିବା ପରେ ପଲିସି ଧାରୀ ପଦ୍ମିନୀ ତାଙ୍କୁ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ । ତେବେ ସିଭିଲ ମୁଣ୍ଡା ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଟଙ୍କା ଫେରସ୍ତ ଦେଇନଥିଲେ । ଏ ନେଇ ୨୦୧୮ ମସିହାରେ ପଦ୍ମିନୀ ଯୋଡା ଥାନାରେ ଏକ ମାମଲା ଋଜୁ କରିଥିଲେ । ସେବେ ଠାରୁ ସିଭିଲ ଫେରାର ଥିବା ବେଳେ ପୁଲିସ ସନ୍ଧାନ କରି ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.