ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷେ କି ମାସେ ନୁହେଁ ଦୀର୍ଘ ୩ ବର୍ଷ ହେଲା ବିଧାନସଭା ନିର୍ବାଚନ ପର ଠାରୁ ଭୁତ ଖାଉଛି ଭୋଗପୋଖରୀ ଘାଟ ପାଇଁ ଆସିଥିବା ୨ଲକ୍ଷ ଟଙ୍କା ଆଉ ଦିନ ରାତି ୨୪ଘଂଟିଆ ପ୍ରହରା ଦେଉଛି ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଲଗାଯାଇଥିବା ସୂଚନା ଫଳକ । ପ୍ରତ୍ୟେକ ଲୋକଙ୍କୁ ଉତମ ଶିକ୍ଷା ,ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ପାଇଁ ସରକାର କରୁଛନ୍ତି କେତେ କଣ ଯୋଜନା, । ପ୍ରତ୍ୟେକ ଗ୍ରାମକୁ ଯୋଗାଯୋଗ ପାଇଁ ପକ୍କା ସଡକଠୁ ଆରମ୍ଭ କରି ବିଦ୍ୟୁତକରଣ,,ପାନୀୟଜଳର ସୁ ବନ୍ଦୋବସ୍ତ ସହିତ ପ୍ରତ୍ୟେକ ଜବ କାର୍ଡଧାରୀଙ୍କୁ ୧୦୦ଦିନର କାର୍ଯ୍ୟ ଯୋଗାଇ ଦେବା ଆଳରେ ପଂଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୋପୋଖରୀ ଯୋଜନା ମାଧ୍ୟମରେ ଗ୍ରାମରେ ଖୋଳା ଯାଉଛି ପୋଖରୀ । ଏହି ଯୋଜନା କେବଳ କାଗଜପତ୍ରରେ ଦର୍ଶାଇ ଟଙ୍କା ଚଳୁ କରିବାରେ ବ୍ୟସ୍ତ ଏହି ଅଂଚଳର ରାଜନୈତିକ ନେତୃବୃନ୍ଦ । । ତେବେ ଏହି କାର୍ଯ୍ୟ ରେ କେବଳ ରାଜନୈତିକ ନେତୃବୃନ୍ଦ ସଂଶ୍ଳିଷ୍ଟ ନୁହନ୍ତି ଏଥିରେ ବହୁ ଅସାଧୁ ଅଫିସର ଙ୍କ ହୀନମନ୍ୟତା ଦାୟୀ ବୋଲି ସର୍ବସାଧାରଣରେ ଚର୍ଚା ।ଏହାର ଏକ ନିଚ୍ଛଦ ଉଦାହରଣ ସାଜିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି ।ଏହିଭଳି ଏକ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଧାମରା ଗ୍ରାମ ପଂଚାୟତ ଗୁଆଁଳ ଗ୍ରାମର । ୧୯୯୯ ମସିହା ଏହି ଗ୍ରାମଟି ବାଂଶଡା ପଂଚାୟତରେ ଥିବା ବେଳେ ଏହି ଗ୍ରାମର ଭୋଗପୋଖରୀ ଘାଟ ନିର୍ମାଣ ପାଇଁ ପଂଚାୟତ ଫଣ୍ଡରୁ ୧୫ ହଜାର ଟଙ୍କା ମଞ୍ଜୁର ହୋଇ ମାଙ୍କଡା ପଥର ଦ୍ୱାରା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା ।୨୦୦୨ ମସିହାରେ ଗୁଆଁଳ ରାଜସ୍ୱ ଗ୍ରାମ ବାଂଶଡା ପଂଚାୟତରୁ କଟି ଯାଇ ଧାମରା ପଂଚାୟତରେ ମିଶି ଯାଇଥିଲା । ଦୀର୍ଘ ଦିନ ହେବ ଏହି ଗ୍ରାମର ଶତାଧିକ ଲୋକେ ଏହି ପୋଖରୀ ଉପରେ ନିର୍ଭର କରି ଚଳୁଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅର୍ଥ ଆୟୋଗ (ସିଏଫସି)ଦ୍ୱାରା ୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଏହି ପୋଖରୀର ତୁଠ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟ ପଂଚାୟତ ରାଜ ଓ ପାନୀୟଜଳ ବିଭାଗକୁ ହସ୍ତାନ୍ତର କରାଯିବା ସହ କାର୍ଯ୍ୟାଦେଶ ପାଇଁ ସବୁ ବ୍ୟବସ୍ଥା ହୋଇଥିଲା । ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଭୋଟରଙ୍କ ମନ ଜିଣିବା ଓ ଭୋଟ ସଂଖ୍ୟା ବଢାଇବା ପାଇଁ ଲୋକଙ୍କୁ ଭୂଆଁ ବୁଲାଇ ସ୍ଥାନୀୟ ନେତାଙ୍କ ଦ୍ୱାରା ବହୁ ଆଡମ୍ବରରେ ଫଳକ ଉନ୍ମୋଚନ ମଧ୍ୟ କରାଯାଇଥିଲା ।
ଗ୍ରାମର ଉନ୍ନତି ସହ ବହୁ ଦିନରୁ ଲୋକଙ୍କ ଅଭିଳାଷ ପୂରଣ ହେବ ପାଇଁ ବହୁ ଭାଷଣ ବାଜି ଭିତରେ ନିଜକୁ ସିମୀତ ରଖିଥିବା ସ୍ଥାନୀୟ ଜନ ପ୍ରତିନିଧିଙ୍କ କଥାରେ ବିଧାନସଭା ନିର୍ବାଚନରେ ଶାସକ ଦଳର ବିଧାୟକଙ୍କୁ ୨୦୧୯ ନିର୍ବାଚନରେ ପୂର୍ଣ ବହୁମତ ମିଳିଥିଲା । ୨୦୧୯ ଏପ୍ରିଲ ମାସରେ ବିଧାନସଭା ନିର୍ବାଚନ ଥିବାରୁ ନିର୍ବାଚନ କଟକଣା ଦେଖାଇ ଏହି କାର୍ଯ୍ୟକୁ ପରେ କରାଯିବ ବୋଲି ସ୍ଥାନୀୟ ଜନପ୍ରତିନିଧି ମତପୋଷଣ କରିଥିଲେ । । । ୨୦୧୮ରୁ ପଂଚାୟତରାଜ ଓ ପାନୀୟଜଳ ବିଭାଗର ଏହି ଫଳକ ଆଜିବି ଜଗୁଆଳି ହୋଇ ଭୋଗପୋଖରୀ ଘାଟରେ ମୁକସାକ୍ଷୀ ପାଲଟିଥିବା ବେଳେ ପୁଣି ପଂଚାୟତ ନିର୍ବାଚନ ଦ୍ୱାର ଦେଶରେ ।ଏହି ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସାଧାରଣ ଜନତା ଏଥର ଶାସକ ଦଳକୁ ଏହାର ଠିକଣା ଜବାବ ଦେବା ଯୋଜନା କରିଛନ୍ତି ।ଏହି ଫଳକକୁ ନେଇ ରାଜନୈତିକ ଉଷ୍ନତା ବଢି ବଢି ଚାଲିଥିବା ବେଳେ ଏହି ଫଳକକୁ ଦେଖାଇ ୨ଲକ୍ଷ ଟଙ୍କା ଚଳୁ କରିଦେଇଛନ୍ତିବୋଲି ଗୁଆଁଳ ଗ୍ରାମର ସର୍ବସାଧାରଣ ପ୍ରଶ୍ନ ଉଠାଇଛନ୍ତି । ଏହି ଗ୍ରାମର ଅଙ୍ଗନଓ୍ୟାଡି କାର୍ଯ୍ୟଠାରୁ ଆରମ୍ଭ କରି ବିଦ୍ୟୁତକରଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ଦୁର୍ନିତୀର ଗନ୍ଧ ବାରି ହୋଇ ପଡୁଥିବା ବେଳେ ଗାଁ ପୋଖରୀ ଘାଟକୁ ନେଇ ଦୁର୍ନିତୀ ଦେଖାଦେବା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏ ନେଇ ସ୍ଥାନୀୟ ଲୋକ ପ୍ରତିନିଧି କୁହନ୍ତି ଏହି ପ୍ରକଲ୍ପ ପାଇଁ ଆସିଥିବା ୨ଲକ୍ଷ ଟଙ୍କା କାର୍ଯ୍ୟ ନ ହେବାରୁ ଫେରି ଯାଇଛି । ନିର୍ବାଚନ ଥିବାରୁ ବାଧ୍ୟ ହୋଇ ଫଳକ ଲଗାଇବାକୁ ପଡିଥିଲା କିନ୍ତୁ କଟକଣା ଥିବାରୁ କାମ ହୋଇ ପାରିଲା ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିର୍ବାଚନ ସମୟରେ ଭୋଟ ପାଇଁ ଲୋକଙ୍କୁ ଭୁଆଁ ବୁଲା ଯାଉଥିଲା ନା ଜନ ପ୍ରତିନିଧିଙ୍କର ଆନ୍ତରିକତାର ଅଭାବ ପାଇଁ ୪ ବର୍ଷ ହେବ ପୋଖରୀ ଘାଟ ପାଇଁ ଆସିଥିବା ଟଙ୍କା ଫଳକରେ ସିମୀତ ରହି ଫେରି ଗଲା ତାହା ସାଧାରଣରେ ଚର୍ଚ୍ଚା ।








