କୋରାପୁଟ ୧୯-୦୭(ଓଡିଆ ପୁଅ /ରଂଜନ ଦାସ) ରାସ୍ତା ନ ଥାଇ ଗାଁ ।କାଉଡିରେ ବୁହା ହେଲେ ଗର୍ଭବତୀ ।ଏକ ଚେୟାରକୁ କାଉଡି କରି ୧୦୮ କର୍ମଚାରୀ ଗର୍ଭବତୀଙ୍କୁ ବୋହି ଆଣିବା ସାଧାରଣରେ ପ୍ରଶଂସା କରାଯାଇଛି ।
ନନ୍ଦପୁର ବ୍ଲକ ଅନ୍ତର୍ଗତ ପରଜା ବଡପଡା ପଂଚାୟତର ପେଦାଜୋଲାପୁଟ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ସ୍ତ୍ରୀ ଦଇମତି ବଡନାୟକ(୨୪) ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାମୀ ସିଦ୍ଧେଶ୍ୱର ଖେମୁଣ୍ଡୁ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ ।ସଠିକ ସମୟରେ ୧୦୮ ଆମ୍ବୁଲାନଓ ପହଂଚିଥିଲା ।କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ୩କିମି ଦୂର ରାସେଲ ଗ୍ରାମରେ ଆମ୍ବୁଲାନଓ ଅଟକି ଯାଇଥିଲା ।ଗର୍ଭ କଷ୍ଟକୁଗୁରୁତ ସହ ବିଚାର କରି ୧୦୮ ଆମ୍ବୁଲାନସର ଡ୍ରାଇଭର ତାରିଣୀ ଗତନ ,ହେଲ୍ପର କୈଲାସ ଚନ୍ଦ୍ର ଦୋରା ଓ ଫର୍ମାସିଷ୍ଟ ଦିପେନ୍ଦ୍ର ସା ଗାଁକୁ ଚାଲି ଚାଲି ଆସିଥିଲେ ।ସେଠାରୁ ଏକ ପ୍ଲାଷ୍ଟିକ ଚେୟାରକୁ କାଉଡି ଆକାରରେ ରସି ବାନ୍ଧି ପରିବାରର ସହାୟତାରେ ୩କିମି ରାସେଲ ଗାଁକୁ ବୋହିକରି ଆଣିଥିଲେ ।ଆଣିବାର ୧ ଘଂଟା ପରେ ଡାକ୍ତର , ସ୍ୱାସ୍ଥ୍ୟକର୍ମିଙ୍କ ସହାୟତାରେ ଦଇମତିଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।ବର୍ତମାନ ମା ଓ ଝିଅ ଦୁହେଁ ସୁସ୍ଥ ଥିବା ନନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦୁବରାଜ ମୁର୍ମୁ ପ୍ରକାଶ କରିଛନ୍ତି ।୧୦୮ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ପରିବାର , ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଓ ବୁଦ୍ଧିଜିବୀମାନେ ପ୍ରଶଂସା କରିଛନ୍ତି ।







