Home ଜିଲ୍ଲା ପରିକ୍ରମା +୨ ବିଜ୍ଞାନ ପରୀକ୍ଷାରେ ଜିଲ୍ଲା ଟପ୍ପରଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

+୨ ବିଜ୍ଞାନ ପରୀକ୍ଷାରେ ଜିଲ୍ଲା ଟପ୍ପରଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

19
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅଟୋନମସ କଲେଜର ଛାତ୍ର ରତିକାନ୍ତ ନାୟକ +୨ ବିଜ୍ଞାନ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ମୋଟ ୬୦୦ ନମ୍ବର ମଧ୍ୟରୁ ୫୬୨ ନମ୍ବର ରଖି ଟପ୍ପର ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ତିହିଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ନିରଂଜନ ବାରିକ, ସରପଂଚଞ୍ଚ ଶୁଭ୍ରନାରାୟଣ ସେଠୀ ଓ ପ୍ରଦୀପ ବଳ, ବିଜେପି ଐଶାନ୍ୟଚଣ୍ଡି ମଣ୍ଡଳ ସଭାପତି ସାଇଶରଣ ବେହେରା ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁକାନ୍ତ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ତନୁଜା ମିଶ୍ର, କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ସମୀର ରଂଜନ ରାଉତ, ଅଲେଖ ତୀର୍କି, ଏପିଇଓ କାମିନିଲତା ଓଝା, ଏନଆରଇଜିଏସ ସହକାରୀ ସୁଧାଂଶୁ କୁମାର ନାୟକ, ସମାଜସେବୀ ରଘୁନାଥ ମଳିକ, ସମିତସଭ୍ୟଙ୍କ ପ୍ରତିନିଧି ଅନୀଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଜିଲା ଟପ୍ପର ରତିକାନ୍ତ ନାୟକ ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଂଚାୟତ ଅଧୀନ କୁବେରା ଗ୍ରାମର ଲକ୍ଷ୍ମୀଧର ନାୟକ ଓ ସତ୍ୟଭାମା ନାୟକଙ୍କ ପୁତ୍ର ଅଟନ୍ତି। ସେ ଭବିଷ୍ୟତରେ ଜଣେ ସଫ୍ଟୱାର ଇଂଜିନିୟର ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଏହି ସଫଳତା ପାଇଁ ସେ ପିତା, ମାତା, କଲେଜ ଓ ହଷ୍ଟେଲ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.