Home କନ୍ଧମାଳ +୨ ବିଜ୍ଞାନରେ ସୌମ୍ୟରଂଜନ ପ୍ରଥମ ଟପ୍ପର

+୨ ବିଜ୍ଞାନରେ ସୌମ୍ୟରଂଜନ ପ୍ରଥମ ଟପ୍ପର

1341

ବାଲିଗୁଡ଼ା ୧୩/୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) ଚଳିତ ବର୍ଷ +୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ନିକଟରେ ପ୍ରକାଶିତ ହୋଇଛି। ଏଥିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ର ସୌମ୍ୟରଂଜନ ପାତ୍ର ୪୬୧ ନମ୍ବର ରଖି କନ୍ଧମାଳ ଜିଲ୍ଲା ବାଳିଗୁଡ଼ା ଟପ୍ପର ହୋଇଛନ୍ତି। ସେ ୭୬ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଶ୍ରୀ ପାତ୍ର ହେଉଛନ୍ତି ରଙ୍କନିଧି ପାତ୍ର ଓ ଗୀତାଞ୍ଜଳୀ ପାତ୍ରଙ୍କର ବଡ଼ପୁଅ ଅଟନ୍ତି। ମାଟ୍ରିକ ପରୀକ୍ଷାରେ ମଧ୍ୟ ୮୯ ପ୍ରତିଶତ ମାର୍କ ରଖି ରେକର୍ଡ଼ ସୃଷ୍ଟି କରିଥିଲେ। ସୌମ୍ୟରଂଜନଙ୍କ ବାପା ରଙ୍କନିଧି ପେଶାରେ ଜଣେ ଘଣ୍ଟା ଓ ମୋବାଇଲ୍ ବ୍ୟବସାୟୀ ଥିବା ବେଳେ ମାତା ଗୀତାଞ୍ଜଳୀ ସୁଗୃହୀଣୀ ଅଟନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସମଗ୍ର କନ୍ଧମାଳ ସମେତ ବାଲିଗୁଡ଼ା ଅଞ୍ଚଳରେ ଶୁଭେଚ୍ଛା ଜଣାଇବା ସହ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାଙ୍କର ସ୍ନେହ ଶ୍ରଦ୍ଧା ତଥା ସହଯୋଗ ଯୋଗୁଁ ମୁଁ ଆଜି ବାଲିଗୁଡ଼ା ମହାବିଦ୍ୟାଳୟରେ ଅଧ୍ୟୟନ କରି ମହାବିଦ୍ୟାଳୟର ସୁନାମ ଆଣି ପାରିଛି ବୋଲି ସୌମ୍ୟରଂଜନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.