ନୟାଗଡ଼ ୦୧/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ରେ କୋଭିଡ୍ କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ରହିଥିଲା। ୨ ବର୍ଷ ପରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ୩୦ ହଜାର ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ସକାଳ ୮ ଘଟିକା ସମୟରେ କାର୍ଯ୍ୟସୂଚୀ ଅନୁଯାଇ ରଥ ପ୍ରତିଷ୍ଠା, ୯ ଘଟିକା ସମୟରେ ଧୂପ, ୧୦ ଘଟିକା ସମୟରେ ଶ୍ରୀଜୀଉଙ୍କ ସେନାପଟା, ୧୧ ଘଟିକା ସମୟରେ ଶ୍ରୀୀଜୀଉଙ୍କ ଧାଡି ପହଣ୍ଡି, ୧ ଘଟିକା ସମୟରେ ଶ୍ରୀ ଜୀଉଙ୍କ ରଥାରୂଢ ଓ ଆଳତି, ୨ ଘଟିକା ସମୟରେ ରଣପୁର ରାଜା ସାହେବ ଦିଲ୍ଲୀପ ଚନ୍ଦ୍ର ବଜ୍ରଧର ନରେନ୍ଦ୍ର ମହାପାତ୍ର ପାତ୍ର, ମନ୍ତ୍ରୀ, ସେବାୟତ, ଛତିଶା ନିଯୋଗଙ୍କ ଗହଣରେ ଛେରା ପହଁରା କାର୍ଯ୍ୟ କରିଥିଲେ।ତାପରେ ଭକ୍ତମାନେ ତାଳଧ୍ୱଜ ରଥ କୁ ଆନନ୍ଦ ଉଲ୍ଲାସ ରେ ରଥଖଳା ରୁ ଗୁଣ୍ଡିଚା ଖଳା କୁ ଟାଣି ନେଇଥିଲେ। ପ୍ରଥା ପରମ୍ପରା ଅନୁଯାଇ ପରେ ପରେ ଶ୍ରଦ୍ଧାଳୁ ମହିଳା ଭକ୍ତ ମାନେ ଦେବଦଳନ ରଥ କୁ ଗୁଣ୍ଡିଚା ଖଳାକୁ ଟାଣି ନେଇଥିଲେ। ଶ୍ରୀ ଗୁଣ୍ଡିଚା ଯାତ୍ରା ଶୃଙ୍ଖଳିତ ହୋଇଥିଲେ ମଧ୍ୟ ରଥ କର୍ଡନ୍ ରେ ପୋଲିସ ବିଭାଗ ର ଅବହେଳା କୁ ଭକ୍ତମାନେ ନାପସନ୍ଦ କରିଥିଲେ। ରଣପୁର ଦେବୋତ୍ତର ବିଭାଗ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ ମନ୍ଦିର ପରିଚାଳକ ରମେଶ ପ୍ରଧାନ ଯାତ୍ରା କୁ ଶୃଙ୍ଖଳିତ ଭାବେ କରିଥିବା ବେଳେ ସମସ୍ତ ସେବାୟତ ପ୍ରଶାସକ ନିଜ ନିଜର କାର୍ଯ୍ୟ ଠିକ୍ ଭାବରେ ସମ୍ପାଦନ କରିଥିଲେ। ଓଡିଶା ରକ୍ତଦାନ ସଂଘ ଶ୍ରୀ ଚୈାତନ୍ୟ ମଠ ରେ ଅନ୍ନ ମହାପ୍ରସାଦ ର ଛତ୍ର ଖୋଲିଥିଲେ। ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ତରଫରୁ ଜଳ ଛତ୍ର ବଣ୍ଟନ କରାଯାଇଥିଲା।







